ଆଜି କେଉଁ ରାଶି ପାଇଁ କେମିତି ରହିବ ଦିନ ଜାଣନ୍ତୁ

ମେଷ

ଆଜି କର୍ମସ୍ଥାନରେ ଚନ୍ଦ୍ର ଏକାଧାରରେ କର୍ମକ୍ଷେତ୍ର, ଓ ସଭାସମିତିରେ ସମ୍ମାନିତ କରାଇବ। ପାରିବାରିକ ପରିସ୍ଥିତି ନିଶ୍ଚିତ ଭଲ ରହିବ ତଥାପି ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ। ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି ଶୁକ୍ରଙ୍କ ସ୍ବଗୃହୀ ପ୍ରଭାବରୁ ଉନ୍ନତ ରହିବ।
ବୃଷ

ରବିଙ୍କ ପ୍ରଭାବରେ କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିବେ। ବନ୍ଧୁଙ୍କ ଯକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ, ଯାହାକି ଆପଣଙ୍କ ସକାଶେ ହିତକର ହେବ। ପରିବାରରେ ପୈତୃକ ସମ୍ପତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ଅଟକି ରହିଯାଇଥିବା ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ।
ମିଥୁନ

ସପ୍ତମ କେନ୍ଦ୍ରରେ ଏକାଧିକଗ୍ରହ ଯୋଗୁ ଆଜି ବିବାଦରୁ ଦୂରେଇ ରହିବା ଭଲ ହେବ। ବନ୍ଧୁଗହଣରେ ଆପଣଙ୍କ ସୁନ୍ଦର ବ୍ୟବହାର ଓ ରୁଚିପୂର୍ଣ୍ଣ କଥାରେ ଅନ୍ୟମାନେ ଖୁସୀ ହୋଇଯିବେ। ଆର୍ଥିକ ଦିଗରୁ ଉପକୃତ ମଧ୍ୟ ହେବେ ଏପରିକି ବକେୟା ମଧ୍ୟ ପାଇପାରନ୍ତି। ସତର୍କତା କିମ୍ବା ଅନ୍ୟମନସ୍କତାର ସୁଯୋଗ ନେଇ ବନ୍ଧୁ ଅସୁବିଧାରେ ପକାଇପାରନ୍ତି।
କର୍କଟ

ଚନ୍ଦ୍ରଙ୍କ ସ୍ବଗୃହାବଲୋକନ ହେତୁ ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବା ସଙ୍ଗକୁ କଳ୍ପନା ବିଳାସୀ ହୋଇପାରନ୍ତି। ପାରିବାରିକ କ୍ଷେତ୍ରରେ ଦୀର୍ଘଦିନର ଆଶା ଫଳବତୀ ହେବ। କର୍ମଜଞ୍ଜାଳ ବୃଦ୍ଧି ସଙ୍ଗକୁ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ। ଅର୍ଥାଭାବ ଓ ଅପୂରଣୀୟ ଆଶା ପୂରଣ ଦିଗରେ ଜଣେ ବନ୍ଧୁ ସହଯୋଗର ହାତ ବଢ଼ାଇ ପାରନ୍ତି।
ସି˚ହ

ଗ୍ରହପ୍ରଭାବରେ ଆଜି ଆପଣଙ୍କ ବିଚାରଧାରା ବିକ୍ଷିପ୍ତ ହୋଇପାରେ। କର୍ମକ୍ଷେତ୍ରରେ ଧୀରପାଣି ପଥର କାଟେ ନୀତିରେ କାମକରି ଅଭିଳଷିତ ଜିନିଷ ହାସଲ କରିବେ। ସାମାଜିକ ସ୍ତରରେ ମଧ୍ୟ ସମ୍ମାନ ଲାଭ କରିବାର ଯୋଗ ରହିଛି। ମିତ୍ର ବନ୍ଧୁମାନେ ଆବଶ୍ୟକୀୟ ସହଯୋଗ କରିବେ।
କନ୍ୟା

କର୍ମସ୍ଥାନକୁ ଏକାଧିକ ଗ୍ରହ ଦେଖୁଥିବାରୁ ଲକ୍ଷ୍ୟ ହାସଲ କରିବା ପରିପ୍ରେକ୍ଷୀରେ ମିଠା କଥା କହି ବନ୍ଧୁଙ୍କୁ ଆପଣାର କରିବେ। ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟ ମାନଙ୍କ ମତକୁ ଅଗ୍ରାଧିକାର ଦେଇ ସଫଳତା ପାଇପାରନ୍ତି। ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବାକୁ ପଡିପାରେ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ତୁଳା

ରାଶିରେ ମଙ୍ଗଳ ଓ ବୁଧ ଯୋଗୁ ଆପଣ, ଅର୍ଥ, ସମ୍ମାନ,ବନ୍ଧୁଙ୍କ ସହାନୁଭୂତି ସହ ଆଜି ଆନୁଷ୍ଠାନିକ କାର୍ଯ୍ୟରେ ମଧ୍ୟ ସଫଳତା ମିଳିବ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ବିଛା

ଦ୍ୱିତୀୟସ୍ଥ ଗ୍ରହମାନେ ଆପଣଙ୍କ ବ୍ୟବହାରକୁ କଠୋର କରି ଅଯଥା ଅଶାନ୍ତ ପରିସ୍ଥିତି ସୃଷ୍ଟି କରିପାରନ୍ତି। କର୍ମକ୍ଷେତ୍ର କିମ୍ବା ଯାତ୍ରା ସମରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। କଚେରି ମାମଲା କିମ୍ବା ଜମିଜମା ସମ୍ବନ୍ଧୀୟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପାଇବେ।
ଧନୁ

ରାଶିରେ ଶନିଙ୍କ ଅନ୍ୟଗ୍ରହମାନଙ୍କ ପ୍ରଭାବରେ ଅଯଥା ଅତୀତ ସ୍ମୃତି ରୋମନ୍ଥନ କରି ମାନସିକ ଅବସାଦ ବୃଦ୍ଧି ପାଇବା ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ମଧ୍ୟ ମାନସିକ ଅସୁସ୍ଥତାର ଅନ୍ୟ ଏକ କାରଣ ହୋଇପାରେ। ଅର୍ଥାଭାବ ଓ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ।
ମକର

ଚନ୍ଦ୍ର ପ୍ରଭାବରେ ଆଜି ସକାଳୁ ସକାଳୁ ଯାତ୍ରା ଓ ବିବାଦରେ ସତର୍କତା ଅବଲମ୍ବନ କରନ୍ତୁ, ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇପାରେ। ଆକସ୍ମିକ ଭାବରେ ଭ୍ରମଣ ସୁଯୋଗ ଲାଭ କରିବେ ଏବଂ ଅଧିକାଂଶ ସମୟ ଆଳାପ ଆଲୋଚନାରେ କଟାଇବେ। ବ୍ୟବସାୟିକ କ୍ଷେତ୍ର ପ୍ରାୟତଃ ମଧ୍ୟମ ପ୍ରକାରର ରହିବ।
କୁମ୍ଭ

ଦୁର୍ବଳ ରବିଙ୍କ ସ୍ଥିତି ଜନିତ କର୍ମକ୍ଷେତ୍ର ପ୍ରତି ଉଦାସୀନ ହେବେ ଏବଂ କେତେକ କ୍ଷେତ୍ରରେ ଅନୁତାପ କରିବାକୁ ପଡିପାରେ। ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର ଉଧାର କରିବାକୁ ପଡିପାରେ। ଶିକ୍ଷାରେ ସଫଳତା ଲାଭ କରିବେ ଏବଂ ପ୍ରଶଂସିତ ମଧ୍ୟ ହୋଇପାରନ୍ତି। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ।
ମୀନ
ଗ୍ରହସମ୍ବନ୍ଧରୁ କର୍ମକ୍ଷେତ୍ରରେ କୂଟନୀତି ବଳରେ କାଯର୍‌ୟ ସାଧନ କରିବେ। ମାତ୍ର କଳା, ସାହିତ୍ୟ ତଥା ସାମ୍ବାଦିକତା କ୍ଷେତ୍ରରେ ହାତପାହାନ୍ତାରେ ସୁଯୋଗ ପାଇବେ ଓ ଆଶା ପୂରଣ ମଧ୍ୟ ହୋଇଯିବ। କିନ୍ତୁ ଏହା ସଙ୍ଗକୁ ଈର୍ଷାପରାୟଣ ବିରାଧୀ ପକ୍ଷ ସକ୍ରିୟ ହୋଇ ଉଠିପାରନ୍ତି। ପ୍ରତ୍ୟେକ ସ୍ତରରେ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ।

Share

Leave a Reply

Your email address will not be published. Required fields are marked *

one + four =