ଆଜି କେଉଁ ରାଶି ପାଇଁ କେମିତି ରହିବ ଦିନ ଜାଣନ୍ତୁ

ମେଷ : ନିଜର ଅଧିକାର ପ୍ରତି ସଚେତନ ହେବାକୁ ପଡିବ । ମନରେ ଅହଂକାର ଭାବ ଜାତହେବ । ଏକ ଉନ୍ନତିମୂଳକ କାର୍ଯ୍ୟପ୍ରତି ଆଗ୍ରହ ପ୍ରକାଶ କରିବେ । କୌଣସି କାର୍ଯ୍ୟ ପ୍ରତିରୋଧ ସତ୍ତ୍ବେ ଆଗକୁ ମାଡ଼ି ଚାଲିବେ । ଉଦାର ସ୍ୱଭାବର ହୋଇପାରନ୍ତି ।

ବୃଷ : ଆଜି ଦିନଟି ଆପଣଙ୍କ ପାଇଁ ଶୁଭଦାୟକ ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ । ମନ ପ୍ରସନ୍ନ ରହିବ । ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଆଦର, ସମ୍ମାନ ମିଳିବ । ବନ୍ଧୁପ୍ରେମୀ ଓ ଧାର୍ମିକ ହୋଇପାରନ୍ତି । ବିବାଦରେ ବିଜୟୀ ହେବେ ।

ମିଥୁନ : ଶରୀର ପୀଡା ଅନୁଭବ କରିବେ । ବନ୍ଧୁବାନ୍ଧବ ମାନେ ଆର୍ଥିକ କ୍ଷେତ୍ରରେ ସହଯୋଗ କରିବେ ନାହିଁ , ବ୍ୟକ୍ତିଗତ ସମସ୍ୟାକୁ କେନ୍ଦ୍ରକରି ମାନସିକ ଅଶାନ୍ତି ଭୋଗ କରିବେ । ଶିଳ୍ପ ବାଣିଜ୍ୟ ଓ ପରିବହନରେ ସମସ୍ୟା ଉପୁଜିବ ।

କର୍କଟ : ଅନ୍ୟ ପାଇଁ କଷ୍ଟ ସହି କାର୍ଯ୍ୟ କରି ପ୍ରଶଂସିତ ହେବେ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ରୋଜଗାର ଆଶାନୁରୂପ ହେବ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ ।

ସିଂହ : ମୂଲ୍ୟବାନ୍‍ ଦ୍ରବ୍ୟ ଆଜି ନଷ୍ଟ ହୋଇପାରେ । ଥଣ୍ଡା ଜନିତ ସାମାନ୍ୟ କ୍ଳେଶଭୋଗ କରିପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ରାଜନୈତିକ କ୍ଷେତ୍ରରେ ଆଜି ଅପମାନ ପାଇବେ । ନିଜର ମା ଙ୍କ କଷ୍ଟ ଆଜି ଅନୁଭବ କରିବେ ।

କନ୍ୟା : ନିଜ ପରିବାର ଲୋକଙ୍କ ଦ୍ବାରା ମନ ଭିତରେ ଅଶାନ୍ତି ସୃଷ୍ଟି ହେବ । ନିଜ ଲୋକ ମାନଙ୍କ ଠାରୁ ଅପମାନିତ ହୋଇପାରନ୍ତି । ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଚଞ୍ଚଳ ପ୍ରକୃତିର ହେବେ ।

ତୁଳା : ବ୍ୟବସାୟରେ ସ୍ଥିତାବସ୍ଥା ବଜାୟ ରହିବ ନାହିଁ । ଆଜି ସାଧନାରେ ସିଦ୍ଧିଲାଭ କରିବେ ନାହିଁ, ନିଜ ଲୋକ ଶତ୍ରୁ ହୋଇଯିବେ । ସନ୍ତାନ ମାନଙ୍କ ପାଇଁ ଚିନ୍ତା ବୃଦ୍ଧି ହେବ । ଶାରୀରିକ ପୀଡା ଅନୁଭବ କରିବେ ।

ବିଛା : ବାକି ରହିଥିବା ଟଙ୍କା ଆଜି ପାଇପାରିବେ । ଗୃହ କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ ।

ଧନୁ : ପାରିବାରିକ ଶାନ୍ତି ଆଜି ମିଳିବ ନାହିଁ । ପରିବାରରେ କିଛି କଳହ ଉପୁଜିପାରେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଦୁଃସାହସିକ ପଦକ୍ଷେପ ନେଇ ପାରନ୍ତି । ଦୁଃଖକର ଖବର ମିଳିପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି ।

ମକର : ନିଜର ସନ୍ତାନ ମାନଙ୍କ ପାଇଁ ଚିନ୍ତା ହୋଇପାରେ । ପରର ଉପକାର କରିବାକୁ ଯାଇ ଧୋକା ଖାଇପାରନ୍ତି । ଆଦର, ସମ୍ମାନ ମିଳିପାରେ ବ୍ୟବସାୟ କ୍ଷତି ହେବ । ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ । ପତ୍ନୀଙ୍କ ପରାମର୍ଶ ଶୁଭପ୍ରଦ ହେବ ।

କୁମ୍ଭ : ଆଜି ଦିନଟି ଆପଣଙ୍କ ପାଇଁ ନୂତନ ବନ୍ଧୁ ମିଳନ ହେବ, ପାରିବାରିକ ଶାନ୍ତି ଅବ୍ୟାହତ ରହିବ । ଦୃଢ଼ମନୋବଳ ନେଇ କାର୍ଯ୍ୟ କରିବେ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ସର୍ବତ୍ର ବିଜୟୀ ହୋଇପାରନ୍ତି ।

ମୀନ : ପରର ଉପକାର କରିବାକୁ ଯାଇ ଅସୁବିଧାରେ ପଡ଼ିପାରନ୍ତି । କେତେକ କ୍ଷେତ୍ରରେ ନିରବ ଦ୍ରଷ୍ଟା ସାଜିପାରନ୍ତି । ଆତ୍ମୀୟ ଲୋକ ଶତୃ ହୋଇ ଯିବେ । କୌଣସି କାର୍ଯ୍ୟରେ ଅପମାନିତ ଓ ନିନ୍ଦା ପାଇପାରନ୍ତି ।

Share

Leave a Reply

Your email address will not be published. Required fields are marked *

4 × 5 =