ପାରା ଅଲିମ୍ପିକ୍ସ: ଭାବିନା ପଟେଲଙ୍କୁ ରୌପ୍ୟ

ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ୍ର ଟେୁବୁଲ୍ ଟେନିସ୍ ପ୍ରତିଯୋଗିତାରେ ଆଜି ରୌପ୍ୟ ପଦକ ଜିଣି ଭାରତର ଭାବିନା ପଟେଲ୍ ଇତିହାସ ସୃଷ୍ଟି କରିଛନ୍ତି। ପାରାଲିମ୍ପିକ୍ସ୍ ପଦକ ଜିଣିବାରେ ସେ ହେଉଛନ୍ତି ଦ୍ବିତୀୟ ଭାରତୀୟ ମହିଳା।

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବିନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ସ୍ବର୍ଣ୍ଣ ପଦକ ପ୍ରତିଯୋଗିତାରେ ବିଶ୍ବର ୧ ନମ୍ବର କ୍ରୀଡ଼ିକା ଜୋଉ ୟିଙ୍ଗ୍ଙ୍କ ଠାରୁ ପରାସ୍ତ ହୋଇ ୩୪ ବର୍ଷୀୟ ଭାବିନା ମହିଳା ଟେବୁଲ୍ ଟେନିସ୍ ‘ସି-ଫୋର୍’ ବର୍ଗରେ ରୌପ୍ୟ ପଦକ ହାସଲ କରିଛନ୍ତି।
ପ୍ରଥମ କରି ପାରାଲିମ୍ପିକ୍ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିବା ଭାବିନାବେନ୍ ପଟେଲ୍ ଉତ୍ତମ କ୍ରୀଡ଼ିକା ଭାବେ କ୍ରୀଡ଼ା କ୍ଷେତ୍ରରେ ପରିଚିତା। କିନ୍ତୁ, ଆଜିର ଚୂଡ଼ାନ୍ତ ପ୍ରତିଯୋଗିତାରେ ଜୋଉ ୟିଙ୍ଗ୍ ତାଙ୍କ ଉପରେ ଆଧିପତ୍ୟ ଜାହିର୍ କରି ୬ଷ୍ଠ ଥର ଲାଗି ପାରାଲିମ୍ପିକ୍ସ୍ ସ୍ବର୍ଣ୍ଣ ପଦକ ହାସଲ କରି ନେଇଛନ୍ତି।

Share

Leave a Reply

Your email address will not be published. Required fields are marked *

3 × two =