ନୀତି, ନୈତିକତା ଓ ମୁଲ୍ୟବୋଧ ହେରେଇଛନ୍ତି

ଭୁବନେଶ୍ବର () ବାମପନ୍ଥୀ ଚିନ୍ତାଧାରାରୁ କଂଗ୍ରେସ  । କଂଗ୍ରେସରେ ମଧ୍ୟ ରାଜ୍ୟ ନେତାଙ୍କ ସହ ମନ ନମିଶିବାରୁ ସମାଜବାଦୀ ପାର୍ଟି, ଆଉ ତାପରେ ବିଜୁ ଜନତା ଦଳକୁ ଆସିଥିଲେ । ଏଭଳି ଜଣେ ଚିନ୍ତାଧାରା ପରିବର୍ତ୍ତନଶୀଳ ନେତା ହେଉଛନ୍ତି ବୈଷ୍ଣବ ପରିଡା  । ତାଙ୍କୁ ଚିନ୍ତାଧାରା ପରିବର୍ତ୍ତଶୀଳ ନେତା କହିବାର ତାତ୍ପର୍ଯ୍ୟ ହେଉଛି, ଜଣେ ବାମପନ୍ଥୀ ଚିନ୍ତାଧାରର ନେତାରୁ କଂଗ୍ରେସ ଚିନ୍ତାଧାରା ସହ ଖାପ ଖୁଇବା ଏବଂ ପରେ ସମାଜବାଦୀ ଚିନ୍ତାଧାରାରୁ ବିଜେଡି ଚିନ୍ତାଧାରା ସହ ଖାପ ଖୁଆଇପାରୁଥିବା ନେତାଙ୍କ ନିଜସ୍ବ ନୀତି ଓ ନୈତିକତା ବୋଲି କିଛି ନଥାଏ । ଏମିତି ରାଜନୀତି ବିଶାରଦମାନେ କୁହନ୍ତି । ବୋଧହୁଏ ସେହି ନୀତି ଓ ନୈତିକତା ଅଭାବରୁ ଯାହାଙ୍କୁ କିଛି ମାସ ତଳ ପର୍ଯ୍ୟନ୍ତ ନିଜର ନେତା ବୋଲି ମାନୁଥିଲେ ତାଙ୍କ ବିରୋଧରେ ସ୍ବର ଉତ୍ତୋଳନ କରୁଛନ୍ତି ବୈଷ୍ଣବ ବାବୁ ।

ବୈଷ୍ଣବ ପରିଡା କାର୍ଲ ମାର୍କ୍ସଙ୍କ ଜଣେ ବଡ ଫଲୋଅର ଥିଲେ । ସେ 1960ରୁ 1992 ପର୍ଯ୍ୟନ୍ତ ସିପିଆଇର ସକ୍ରିୟ ସଦସ୍ୟ ଥିଲେ । କଲିକତାରୁ ନିଜର ରାଜନୈତିକ ସଂଘର୍ଷ ଆରମ୍ଭ କରିଥିବା ବୈଷ୍ଣବ ବାବୁ ଦୀର୍ଘ 47 ବର୍ଷ ପରେ ବିଜେଡିରେ ରାଜନୈତିକ ସ୍ବୀକୃତି ପାଇଥିଲେ । 1993ରେ ବାମପନ୍ଥୀ ଚିନ୍ତାଧାରା ସହ ତାଙ୍କର ନିଜସ୍ବ ଚିନ୍ତାଧାରା ଖାପ ଖାଇଲା ନାହିଁ ବୋଲି ସେ ସିପିଆଇ ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । କିନ୍ତୁ ସେଠି ମଧ୍ୟ କଂଗ୍ରେସର ଚିନ୍ତାଧାରା ଓ ତାଙ୍କ ଚିନ୍ତାଧାରା ମଧ୍ୟରେ ମତପାର୍ଥକ୍ୟ ଦେଖାଦେଲା । ତେଣୁ 1998ରେ ସେ କଂଗ୍ରେସ ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଲେ । ସେଠି ବି ତାଙ୍କ ଚିନ୍ତାଧାରା ଖାପ ଖାଇଲା ନାହିଁ । ଯେଉଁଥିପାଇ ପୂର୍ବତନ ବିଜେଡି ସାଂସଦ ପ୍ୟାରୀମୋହନ ମହାପାତ୍ରଙ୍କ ଶରଣ ପଶିଲେ । ପ୍ୟାରୀବାବୁଙ୍କ ଦୟାରେ ସେ ବିଜେଡିରେ ଯୋଗ ଦେଇ 2010ରେ ବିଜେଡିରୁ ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହେଲେ । 1998ରୁ 2008 ପର୍ଯ୍ୟନ୍ତ ସେ ବିଭିନ୍ନ ସଭାସମିତି ଓ ଦଳୀୟ କାର୍ଯ୍ୟକ୍ରମରେ ବିଜେଡିର କାର୍ଯ୍ୟକୁ ସମାଲୋଚନା କରୁଥିଲେ । ହଠାତ କେଇ ଘଣ୍ଟା ଭିତରେ ତାଙ୍କ ଚିନ୍ତାଧାରା ଓ ନୀତି ନୈତିକତା ସବୁ ବଦଳିଗଲା । ଆଉ ସେ ପ୍ୟାରୀ ବାବୁଙ୍କୁ ନିଜର ରାଜନୈତିକ ଗୁରୁ ଓ ନବୀନ ବାବୁଙ୍କୁ ନେତା ବୋଲି ପ୍ରଚାର କଲେ ।

କିନ୍ତୁ ନିଜସ୍ବ ନୀତି ଓ ନୈତିକତା ଅଭାବରୁ 2016 ଶେଷ ଭାଗକୁ ସେ ଓଡିଆ ଭାଷା ଆନ୍ଦୋଳନ ଆଳରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଲେ । ଏମିତି କରି ସେ ଭାବିଥିଲେ 2016ରେ ନବୀନ ପଟ୍ଟନାୟକ ତାଙ୍କୁ ସନ୍ତୁଷ୍ଟ କରିବାକୁ ପୁଣି ଥରେ ରାଜ୍ୟସଭାକୁ ପଠେଇବେ । କିନ୍ତୁ ତାଙ୍କ କାର୍ଯ୍ୟକଳାପ ଦେଖି ନବୀନ ବାବୁ ମଧ୍ୟ ତାଙ୍କୁ ଆଉଥରେ ସୁଯୋଗ ଦେବାକୁ ଚାହିଁଲେ ନାହିଁ । ଫଳରେ ରାଗରେ ରକ୍ତ ଚାଉଳ ଚୋବାଉଥିଲେ । ଯେତେବେଳେ ସୁଯୋଗ ମିଳୁଥିଲା ନବୀନ ବାବୁଙ୍କୁ ଓଡିଆ ଭାଷା ଆଳରେ ସମାଲୋଚନା କରୁଥିଲେ ।

ଏବେ ଚର୍ଚ୍ଚା ହେଉଛି, ସେ ଗୁରୁତ୍ତର ଭାବେ କର୍କଟ ରୋଗରେ ପିଡିତ । ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଡାକ୍ତରଖାନାରେ ଥାଇ ସେ ବିଜେଡିର ସବୁ ନେତାଙ୍କୁ ଫୋନ କରି ଡାକୁଛନ୍ତି । ନବୀନ ବାବୁଙ୍କୁ ମଧ୍ୟ ଖବର ଦେଇଥିଲେ । କନ୍ତୁ ନବୀନ ବାବୁ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ତାଙ୍କୁ ଦେଖିବାକୁ ଯାଇନାହାଁନ୍ତି । ଯେଉଁଥିପାଇଁ ସେ ଖପ୍ପା ହୋଇ ଓଡିଶା ଭାଷା ଆନ୍ଦୋଳନା ଆଳରେ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଛନ୍ତି ।

ଓଡିଆ ଭାଷାର ସୁରକ୍ଷା, ଏହାକୁ ଏକ ସାଂସ୍କୃତିକ ଭାଷାର ମାନ୍ୟତା ଦେବାକୁ ଏବଂ ସର୍ବୋପରି ସରକାରୀ ସ୍ତରରେ ଏହାକୁ ପ୍ରଶାସନିକ ଭାଷା ଭାବେ ପ୍ରଚଳନ କରିବାକୁ ପୁରୀରେ ବସିଥିବା ଐତିହାସିକ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି । ତଦନୁଯାୟୀ ପର୍ଯ୍ୟାୟ କ୍ରମେ ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ଚାଲିଛି । ବୈଷ୍ଣବା ବାବୁ ଏବ ଓଡିଆ ଭାଷା ନେଇ ଆନ୍ଦୋଳନ କରୁଥିବା ବିଭିନ୍ନ ସଂଗଠନ ସହ ମଧ୍ୟ ସରକାର ପର୍ଯ୍ୟାୟ କ୍ରମେ ଆଲୋଚନା କରିଛନ୍ତି । ବୈଷ୍ଣବ ବାବୁ ଯେଉଁ ଓଡିଆ ଭାଷା ଆନ୍ଦୋଳନ କଥା କହୁଛନ୍ତି, ସେଥିରେ ଥିବା ଆନ୍ଦୋଳନକାରୀଙ୍କ ମଧ୍ୟରେ ମନାନ୍ତର ହୋଇ ଦୁଇ ଭାଗ ହୋଇଗଲେଣି । ବୈଷ୍ଣବ ବାବୁ କେଉଁ ଗୋଷ୍ଠିର ନେତୃତ୍ବ ନେଉଛନ୍ତି ତାହା ସ୍ପଷ୍ଟ ନୁହେଁ । କିନ୍ତୁ ବ୍ୟକ୍ତିଗତ କାରଣ ପାଇଁ ଅନ୍ୟକୁ ଭିନ୍ନ ଏକ ପ୍ରସଙ୍ଗର ଆଳରେ ସମାଲୋଚନା କରୁଥିବା ବୈଷ୍ଣବ ବାବୁଙ୍କୁ ଏଥିପାଇଁ ବିଭିନ୍ନ ସ୍ତରରୁ ସମାଲୋଚିତ ହେବାକୁ ପଡୁଛି ।

Share

Leave a Reply

Your email address will not be published. Required fields are marked *

five × four =