ଘୁଂଚିଲା ଅଯୋଧ୍ୟା ମାମଲାର ଶୁଣାଣି

ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ଘୁଚିଂଲା ଶୁଣାଣି । ୨୦୧୯ ଜାନୁଆରୀ ପର‌୍ୟ୍ୟନ୍ତ ଶୁଣାଣୀ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । ଜାନୁଆରୀରେ ପରବର୍ତି ତାରିଖ ଧାର‌୍ୟ୍ୟ ହେଲା ପରେ ମାମଲାର ନିୟମିତ ଶୁଣାଣୀ ହେବ । ଆଜିଠୁ ଅଯୋଧ୍ୟା ମାମଲାର ନିୟମିତ ଶୁଣାଣୀ ହେବାର ଥିଲା । ଅଯୋଧ୍ୟାର ରାମ ଜନ୍ମଭୂମି ଓ ବାବ୍ରୀ ମସଜିଦ ଅଂଚଳରେ ଥିବା ୨.୭୭ ଏକର ଜମିକୁ ନେଇ ବିବାଦ ଲାଗିରହିଛି । ଏହି ଜମିକୁ ନେଇ ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଦୀର୍ଘଦିନ ହେଲା ବିବାଦ ଲାଗିରହିଛି । କିଛି ଗୋଷ୍ଠୀ କହୁଛନ୍ତି ଏହି ବିବାଦୀୟ ଜମିରେ ମନ୍ଦିର ଥିଲା , ତେବେ ଏହି ଦାବିକୁ କିଛି ମୁସଲମାନ ଗୋଷ୍ଠୀ ଖଣ୍ଡନ କରୁଛନ୍ତି ।
୨୦୧୦ର ଆହ୍ଲାବାଦ ହାଇକୋର୍ଟ କିଛି ଆବେଦନର ଶୁଣାଣି କରି ବିବାଦୀୟ ଜମିକୁ ୩ ଭାଗ କରିଦେଇ ରାମଲାଲା, ସୁନ୍ନି ୱାକଫ ବୋର୍ଡ ଓ ନିର୍ମୋହି ଆଖଡା ମଧ୍ୟରେ ସମାନ ସମାନ ଭାଗରେ ବାଂଟିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ସୁପ୍ରିମକୋର୍ଟ ୨୦୧୧ ମସିହାରେ ଆହ୍ଲାବାଦ ହାଇକୋର୍ଟର ରାୟ ଉପରେ ରୋକ ଲଗାଇଥିଲେ । ୨୦୧୯ ନିର୍ବାଚନ ପୂର୍ବରୁ ରାମ ମନ୍ଦିର ବିବାଦ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିବାରୁ ସୁପ୍ରିମକୋର୍ଟରେ ଏହି ଶୁଣାଣିକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି । ଶୁଣାଣି କେବେ ସରିବ ଓ ରାୟ କେବେ ଆସିବ ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ।

Share

Leave a Reply

Your email address will not be published. Required fields are marked *

fifteen − nine =