ପୁଣି ଘୁଞ୍ଚିଲା ଅଯୋଧ୍ୟା ମାମଲାର ଶୁଣାଣି

ସୁପ୍ରିମକୋର୍ଟରେ ଆଜି ହେବନି ବିବାଦୀୟ ଅଯୋଧ୍ୟା ଜମି ମାମଲାର ଶୁଣାଣି । ଜାନୁଆରୀ ୨୯ ତାରିଖକୁ ଶୁଣାଣି ଘୁଞ୍ଚାଇ ଦିଆଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଏସଏ ବୋବଡେ, ଜଷ୍ଟିସ ଏନଭି ରମନ୍ନା, ଜଷ୍ଟିସ ୟୁୟୁ ଲଳିତ ଓ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ୫ଜଣିଆ ଖଣ୍ଡପୀଠ ଆଜିଠାରୁ ଶୁଣାଣି କରିବାର ଥିଲା । ହେଲେ ଜଷ୍ଟିସ୍ ଉଦୟ ଲଳିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରୁ ଓହରିଯିବାରୁ ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଛି।
ଜଷ୍ଟିସ୍ ୟୁୟୁ ଲଳିତ ହଟିଯିବାରୁ ନୂଆ ଖଣ୍ଡପୀଠ ଗଠନ କରାଯିବ। ଏହାପରେ ଜାୟୁୟାରୀ ୨୯ରୁ ଶୁଣାଣି କରାଯିବ। ମାମଲାର ଶେଷ ପର୍ୟ୍ୟନ୍ତ ନିୟମିତ ଶୁଣାଣି କରିବେ ଏହି ବେଞ୍ଚ । ଅଯୋଧ୍ୟାର ୨.୭୭ ଏକର ବିବାଦୀୟ ଜମିକୁ ସମାନ ତିନି ଭାଗରେ -ରାମଲାଲା, ସୁନୀ ୱାକଫ୍ ବୋର୍ଡ ଓ ନିର୍ମୋହୀ ଆଖଡା ମଧ୍ୟରେ ସମାନ ଭାବରେ ବାଣ୍ଟିବାକୁ ୨୦୧୦ରେ ଆଲ୍ଲାହାବାଦ ହାଇକୋର୍ଟ ରାୟ ଦେଇଥିଲେ । ଆହ୍ଲାବାଦ ହାଇକୋର୍ଟ ରାୟକୁ ବିରୋଧ କରି ୧୪ଟି ଆବେଦନ କରାଯାଇଥିଲା । ନ୍ୟାୟିକ ପ୍ରକ୍ରିୟା ଶେଷ ହେବା ପରେ ଅଧ୍ୟାଦେଶ ଆଣିବା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିସାରିଛନ୍ତି ।

Share

Leave a Reply

Your email address will not be published. Required fields are marked *

13 + fourteen =