ଟ୍ରେନରେ ସେଲ୍ଫି ନେଲେ ଦେବେ ଜରିମାନା

କିଛି ବର୍ଷ ମଧ୍ୟରେ ସେଲ୍ଫି ଉଠାଇବାକୁ ଯାଇ ବହୁ ଲୋକଙ୍କର ଜୀବନ ମଧ୍ୟ ଗଲାଣି । ଏହା ଉପରେ ରୋକ ଲଗାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସଚେତନତା ଆରମ୍ଭ କରାଯାଇଛି । ଟ୍ରେନ କିମ୍ବା ରେଳଧାରଣା ନିକଟରେ ସେଲଫି ନେଉଥିବା ବ୍ୟକ୍ତିମାନଙ୍କ ଉପରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ।

ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ଯେ, ବହୁ ଯୁବକମାନେ ରେଳଧାରଣା ଉପରେ ଚଳନ୍ତା ଟ୍ରେନ ଆଗରେ ସେଲଫି ଉଠାଉଥିବାବେଳେ ଟ୍ରେନଗାର୍ଡଙ୍କ ବାରମ୍ବାର ତାଗିତ୍ ସତ୍ୱେ ବି କଥା ମାନୁନଥିବା ଅଭିଯୋଗ ରହିଛି ।ସେହିପରି ରେଳଧାରଣା ଉପରେ ଥିବା ବିଦ୍ୟୁତ ତାରରେ ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ ପ୍ରବାହ ହେଉଥିବା ବେଳେ ଏହା ଟ୍ରେନର ଛାତଠାରୁ କମ ଉଚ୍ଚତାରେ ଥାଏ । ତେବେ ଯେଉଁମାନେ ଟ୍ରେନ ଉପରେ ବା ଇଂଜିନ ଉପରେ ଚଢି ସେଲ୍ଫି ଉଠାଉଛନ୍ତି ସେମାନେ ଏହି ତାର ସଂସ୍ପର୍ଶରେ ଆସି ଅକାଳରେ ମୃତ୍ୟୁବରଣ କରୁଥିବା ମଧ୍ୟ ନଜର ରହିଛି ।

Share

Leave a Reply

Your email address will not be published. Required fields are marked *

12 − eight =