ବିଧାନସଭା ହେବ ଓ୍ବାଇଫାଇ, ଲାପ୍‌ଟପ୍‌ ଧରି ଆସିବେ ବିଧାୟକ

ଭୁବନେଶ୍ୱର() ଏଣିକି ବିଧାନସଭାକୁ ବିଧାୟକମାନେ ଲାପଟପ ଧରି ଆସିବେ। ବଜେଟ ଅଧିବେଶନରେ ଅର୍ଥ ବିଭାଗ ପକ୍ଷରୁ ବିଧାୟକ ମାନଙ୍କୁ ଲାପଟପ ଦିଆଯିବ । ଏହା ସହିତ ଦୁଇ ମାସରେ ବିଧାନସଭା ଓ୍ବାଇଫାଇ ହେବା ସହ ପେପର ଲେସ ହେବ। ଏନେଇ ଓକାକ ଏବଂ ବିଏସଏନଏଲ ସହିତ ଆଲୋଚନା ଶେଷ ହୋଇସାରିଛି।
ଅର୍ଥ ବିଭାଗ ଏନେଇ ବ୍ୟବସ୍ଥା କରିଛି। ସେହି ଲାପଟପ ବ୍ୟବହାର କରି ସମସ୍ତ ପ୍ରଶ୍ନୋତ୍ତର ସମେତ ବିଭିନ୍ନ କାମ ଅନଲାଇନରେ କରିବେ। ଲାପଟପରେ ନେଭା ଆପ୍ ଅପଲୋଡ଼ କରାଯାଇ ଦିଆଯିବ। ଯେଉଁ ବିଧାୟକ ଲାପଟପ ଚଲାଇ ପାରିବେ ନାହିଁ ସେମାନଙ୍କୁ ତାଲିମ ଦିଆଯିବ। ବିଧାନସଭାକୁ ଦୁଇ ମାସରେ ୱାଇଫାଇ, ଭିଡିଓ କନଫରେନସ ସୁବିଧା କରାଯିବ । ସଚିବାଳୟର ସବୁ କାର୍ୟ୍ୟକୁ ଅନଲାଇନ କରିବା ପାଇଁ ସ୍ବାନ ସପ୍ଟଓ୍ବୋର ପ୍ରସ୍ତୁତ କରାଯାଉଛି । ଏଥିପାଇଁ ୧୧ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରାଯାଇଛି।

ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। ଲୋକସଭା ଢାଞ୍ଚାରେ ବିଧାନସଭାକୁ ସୁରୁଖୁରରେ ଚଳାଇବା ପାଇଁ ଆସନ୍ତା ୧୩ ତାରିଖ ଦିନ ୧୨ଟା ବେଳେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି। ଏହି ବୈଠକକୁ ସବୁ ବିରୋଧୀ ଦଳ ସଦସ୍ୟଙ୍କୁ ଡକାଯାଇଛି ।

Share

Leave a Reply

Your email address will not be published. Required fields are marked *

1 × 2 =