ବିକାଶ ପାଇଁ ଅରୁଣ ହନୁମାନ ହେଲେ, ମୁଁ ଗୁଣ୍ଡୁଛି ମୂଷା ହେବି

ଭୁବନେଶ୍ୱର() ଚର୍ଚ୍ଚାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବନ୍ଧୁତା । ୨୦୧୯ ନିର୍ବାଚନ ପରେ ବିଜେଡ଼ି ଓ ବିଜେପି ସର୍ମ୍ପକରେ ଯେଉଁ ପରିବର୍ତ୍ତନ ଆସିଛି, ସେଥିରେ କାଳେ ଅଧିକ ଲାଭ ଏହି ଦୁଇନେତାଙ୍କୁ ହୋଇଛି । ଛାତ୍ର ଜୀବନରୁ ଏହି ବନ୍ଧୁ ଏବେ ଦେଶ ଓ ରାଜ୍ୟ ରାଜନୀତିର ୫ଜଣ ନିଷ୍ପତିକାରୀଙ୍କ ମଧ୍ୟରୁ ଜଣେ ହୋଇପାରିଛନ୍ତି । ନିଜ ଦକ୍ଷତା ପ୍ରଦର୍ଶନ କରି ଧର୍ମେନ୍ଦ୍ର ମୋଦିଙ୍କ ବିଶ୍ୱସ୍ତ ହୋଇଥିବା ବେଳେ ଅରୁଣ ରାଜ୍ୟରେ ନବୀନଙ୍କ । ଉଭୟ ରାଜନୀତିରେ ଏବେ ବେଶ ପାରିଦର୍ଶିତା ଲାଭ କଲେଣୀ । ହେଲେ ବିଜେଡ଼ି-ବିଜେପି ସର୍ମ୍ପକ ଯେପରି ‘କିଭ ଖୁସି କଭି ଗମ’ ପରି ଚାଲିଛି ସେଥିରେ ଏହି ଦୁଇବନ୍ଧୁ ଅଡ଼ୁଆରେ ପଡ଼ିଯାଇଛି । ହେଲେ ୨୦୧୯ ନିର୍ବାଚରେ ଏହି ଦୁଇବନ୍ଦୁଙ୍କ ସର୍ମ୍ପକ ବେଶ ନିବିଡ଼ ହୋଇଛି । ଯାହା ବିଭିନ୍ନ ସଭା ମଂଚରେ ଉଭୟ ଉଭୟଙ୍କ ବିଷୟରେ ଯେପରି ମନ୍ତବ୍ୟ ଦେଉଛନ୍ତି ତାହା ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ।

ଗୁରୁବାର ନୟାଗଡ଼ ଏବ ମହିପୁର ୧୨ କିମି ନୂଆ ରେଳ ଲାଇନରେ ଲୋକାର୍ପଣ ସହ ଖୋଦ୍ଧା-ରୋଡ଼ -ନୟାଗଡ଼ ଟାଉପ ପାସେଞ୍ଜର ଟ୍ରେନକୁ ମହିପୁର ପର୍ୟ୍ୟନ୍ତ ଚଳାଚଳକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦଘାଟନ କରିଥିଲେ । ଏହି ଅବସବରେ ନିଜ ଅଭିଭାଷଣରେ ପ୍ରଥମେ ମନ୍ତ୍ରୀ ଅରୁଣ ସାହୁ ନିଜ ଅଭିଭାଷଣରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାର ଗର୍ବ ଓ ଭାରତ ସରକାରଙ୍କ ୫ଜଣ ନିଷ୍ପତିକାରୀ ମଧ୍ୟରୁ ସେ ଜଣେ ବୋଲି କହିଥିଲେ । ଅରୁଣ କହିଥିଲେ ସୁବବେଳେ ମୁଁ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ମଂଚରେ ଏକାଠି ହେଉଛି ସେହି ମଂଚରେ ଅଧ୍ୟାପକ ମୃତ୍ୟୁଞ୍ଜୟ ବି ଥିବେ । ନୟାଗଡ଼ବାସୀ କିପରି ଅତିଥିଙ୍କୁ ସ୍ୱାଗତ କରେ ଓ ନୟାଗଡ଼ରେ ଖଣି ଖାଦାନ ନଥିଲେ ମଧ୍ୟ ବିକାଶ କିପରି ଚାଲିଛ ଏକଥା ମନ୍ତ୍ରୀ ଅରୁଣ ସାହୁ ନିଜ ଅଭିଭାଷଣରେ କହିଥିଲେ । ଅରୁଣଙ୍କ ଅଭିଭାଷଣ ସରିବା ପରେ ଭାଷ୍ୟକାର ମୃତ୍ୟୁଞ୍ଜୟ ଅରୁଣଙ୍କୁ ଧନ୍ୟବାଦ ଦେବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଶଂସା କରିଥିଲେ । ଏହାପରେ କେନ୍ଦ୍ରମନ୍ତ୍ରୀ ନିଜର ଅଭିଭାଷଣ ଆରମ୍ଭ କଲେ । କେନ୍ଦ୍ରମନ୍ତ୍ରୀ ମଂଚରେ କେତେକ କଥାରେ ଅରୁଣଙ୍କୁ ତେରାଚ୍ଛା ବାଣ ମାରିଲେ । କହିଲେ ବିକାଶ ପାଇଁ ଖଣି ଖାଦାନ ଦରକାର ନାହିଁ ।

ଏହାସହ ପେଟ୍ରୋଲ ଦର ବୃଦ୍ଧି ନେଇ ଯେଉଁ କଥା ଅରୁଣ ବାବୁ କହୁଛନ୍ତି ସେ ତାଙ୍କ ସରକାରଙ୍କୁ କହି କାହିକିଁ ଟ୍ୟାକ୍ସ କମାଉନାହାନ୍ତି । ଏହାସହ ମଂଚରେ କେନ୍ଦ୍ରମନ୍ତ୍ରୀ ଅନୁରୋଧ କରିଥିଲେ ଧର୍ମେନ୍ଦ୍ର । ରାଜ୍ୟ ସରକାର ସହଯୋଗ କଲେ ଚିନିକଳ ସବୁ ଚଳାଇବାକୁ ସେ ସହଯୋଗ କରିବେ ବୋଲି କହିଥିଲେ । ବିକାଶ ପାଇଁ ଅରୁଣ ହନୁମାନ ହେଲେ, ସେ ଗୁଣ୍ଡୁଛି ମୂଷା ହେବେ ବୋଲି ନିଜ ଭାଷଣରେ କହିଥିଲେ । ମନ୍ତ୍ରୀ ଅରୁଣ ସାହୁ ଯେପରି ନିଜ ଭାଷଣ ଶେଷରେ ମୃତ୍ୟୁଞ୍ଜୟଙ୍କୁ ପ୍ରଶଂସା କରିଥିଲେ । ଠିକ ସେହିପରି ମୃତ୍ୟୁଞ୍ଜୟ କଥା ମଧ୍ୟ କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ କହିଥିଲେ ସେ ମୃତ୍ୟୁଞ୍ଜୟ ଜଣେ ଅଧ୍ୟାପକ । ସେ କଲେଜରେ ଟିପ ଚିହ୍ନ ଦେଇ ଆସିଛନ୍ତି କି ନାହିଁ ତାହା ଅରୁଣ ବାବୁ ତାଙ୍କ ବିଭାଗ ଲଗାଇ ଜାଣିପାରିବେ । ଯେଉଁଥି ପାଇଁ ସେ ଅରୁଣ ବାବୁଙ୍କୁ ପ୍ରଶଂସା କରିବା ଠିକ । ହେଲେ ମୃତୁଞ୍ଜୟ କାହିକିଁ ତାଙ୍କୁ ପ୍ରଶଂସା କଲେ ମଜା ଛଳରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଓଡ଼ିଆରେ ଗୋଟେ ଲୋକ କଥା ଅଛି ଆଖୁ ନାଁରେ କାନସିରୀ ପାଣି ପାଏ ସେହି ଆଧାରରେ ମୋର ବି ପ୍ରଶଂସା ହୋଇଗଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅରୁଣ ସାହୁଙ୍କ ମଂଚରେ ଏପରି ବନ୍ଧୁତା ପୂର୍ଣ୍ଣ ଅଭିଭାଷଣ ଏବେ ନୟାଗଡ଼ରୁ ରାଜଧାନୀ ଯାଏ ଚର୍ଚ୍ଚା ।

Share

Leave a Reply

Your email address will not be published. Required fields are marked *

16 − sixteen =