ପଦ୍ମ ଧରିଲେ ଅପରାଜିତା

ଆଜି ବିଜେପିରେ ଅନୁÂାନିକ ଭାବେ ଯୋଗ ଦେଇଛନ୍ତି ସ୍ୱେଚ୍ଛାକୃତ ଅବସର ନେଇଥିବା ଆଇଏଏସ୍ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ । ଦିଲ୍ଲୀରେ ଅମିତ ଶାହାଙ୍କ ଘରେ ବିଜେପିରେ ବହୁ ତୁଙ୍ଗ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପୂର୍ବତନ ବ୍ୟୁରୋକ୍ରାଟ । ଗଣଶିକ୍ଷା ବିଭାଗର ସଚିବ ଏବଂ ଭୁବନେଶ୍ୱର ମହାନଗର ନିଗମର କମିଶନର ଥିବା ବେଳେ ଅପରାଜିତା ନେଇଥିବା କିଛି ବଡ ନିଷ୍ପତି ଆଜି ବି ତାଙ୍କୁ ଆଗଧାଡିରେ ରଖିଛି । ଯେଉଁ ଲୋକପ୍ରିୟତା ପ୍ରଶାସନିକ ଜୀବନରେ ସେ ହାସଲ କରିଥିଲେ, ଠିକ ସେଭଳି ରାଜନୈତିକ ସ୍ତରରେ ଆଗକୁ ବଢିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି । ଆଜି ଅମିତ ଶାହାଙ୍କ ବାସଭବନରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହା ଶ୍ରୀମତୀ ଷଡଙ୍ଗୀଙ୍କୁ ଦଳକୁ ସ୍ୱଗତ କରିବା ସହିତ ତାଙ୍କ ବେକରେ ବିଜେପି ଉତ୍ତରୀୟ ପକାଇଥିଲେ। ପରେ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମତୀ ଷଡଙ୍ଗୀଙ୍କୁ ସ୍ୱାଗତ କରିବା ପରେ ରାଜ୍ୟ ସଭାପତି ବସନ୍ତ ପଣ୍ଡା ତାଙ୍କୁ ପ୍ରାଥମିକ ସଦସ୍ୟତାର ରସିଦ ପ୍ରଦାନ କରିଥିଲେ।

Share

Leave a Reply

Your email address will not be published. Required fields are marked *

10 + nine =