ଆନ୍ଧ୍ରରେ ସିବିଆଇକୁ ମନା

ନିଷ୍ପତ୍ତିକୁ ମମତାଙ୍କ ପ୍ରଶଂସା

ଭୁବନେଶ୍ବର () କେନ୍ଦ୍ରରେ ନରେନ୍ଦ୍ର ମୋଦି ନେତୃତ୍ବଧୀନ ବିଜେପି ସରକାରଙ୍କୁ ଆଉ ଏକ ଝଟକା । କେନ୍ଦ୍ର ସରକାର ସିବିଆଇକୁ ରାଜ୍ୟ ବିରୋଧୀରେ ଅସ୍ତ୍ର ଭାବେ ବ୍ୟବହାର କରୁଥିବା ଅଭିଯୋଗରେ ଆନ୍ଧ୍ରପ୍ରଦେଶ ସରକାର ତାଙ୍କ ରାଜ୍ୟରେ ସିବିଆଇ ତଦନ୍ତ ପାଇଁ ରହିଥିବା ସାଧାରଣ ସ୍ବୀକୃତିକୁ ପ୍ରତ୍ୟାହାର କରିଛନ୍ତି । ଆନ୍ଧ୍ର ସରକାରଙ୍କ ପକ୍ଷରୁ ଏ ସଂପର୍କରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହାଦ୍ବାରା ଏଣିକି ଦିଲ୍ଲୀ ପୋଲିସ ଆଇନ ବଳରେ ଗଠିତ ସିବିଆଇ କୌଣସି ଘଟଣାର ତଦନ୍ତ ପାଇଁ ଆନ୍ଧ୍ର ସରକାରଙ୍କ ଅନୁମତି ନେବାକୁ ପଡିବ ।

ଆନ୍ଧ୍ର ସରକାରଙ୍କ ଏଭଳି ନିର୍ଦ୍ଦେଶନାମା ପରେ ଏବେ ରାଜ୍ୟ ସରକାରଙ୍କ ପଦକ୍ଷେପ କଣ ହେବ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଉଛି । ବିଶେଷ କରି ଏବେ ରାଜ୍ୟରେ ସିବିଆଇ ଚିଟଫଣ୍ଡ ଘଟଣାର ତଦନ୍ତ କରୁଥିବାରୁ ଏଭଳି ଆଲୋଚନା ପାଇଁ ଖୋରାକ ମିଳୁଛି । ଏଥିସହିତ ସିବିଆଇର ବିଶ୍ବାସନିୟତା ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସିବିଆଇ ନିର୍ଦ୍ଦେଶକ ଓ ସ୍ବତନ୍ତ୍ର ନିର୍ଦ୍ଦେଶକଙ୍କ ମଧ୍ୟରେ ବିବାଦ ସିବିଆଇର ନିରପେକ୍ଷତା ଓ ବିଶ୍ବାସନିୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିସହିତ କେନ୍ଦ୍ର ସରକାର ସିବିଆଇକୁ ପଂଜୁରି ଶୁଆ ଭଳି ବିରୋଧୀଙ୍କ ବିରୋଧରେ ବ୍ୟବହାର କରୁଥିବା ଅଭିଯୋଗ ମଧ୍ୟ ହେଉଛି । ଆନ୍ଦ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବା ନାଇଡୁଙ୍କ ଏଭଳି ନିଷ୍ପତ୍ତିକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଶଂସା କରିଛନ୍ତି ।

ଏହାଦୃଷ୍ଟିରୁ ସେମାନଙ୍କ ରାଜ୍ୟରେ ସିବିଆଇ ପ୍ରବେଶ କରି କାହାକୁ ଜେରା ବି ଗିରଫ କରିବା ପୂର୍ବରୁ ଆନ୍ଧ୍ର ସରକାରଙ୍କ ଅନୁମତି ଆବଶ୍ୟକ । ପୂର୍ବରୁ ଆନ୍ଧ୍ର ପରି ସବୁ ରାଜ୍ୟମାନେ ସିବିଆଇକୁ ଏକ ସାଧାରଣ ଅନୁମତି ଦେଇଛନ୍ତି । ଏହାଦ୍ବାରା ସିବିଆଇ ପ୍ରତ୍ୟେକ ମାମାଲାରେ ରାଜ୍ୟ ସରକାରଙ୍କୁ ଅବଗତ ନକରି ନିଜ ଦିଗରେ ଜେରା କିମ୍ବା ତଦନ୍ତ କରୁଛି । ତେବେ ବିରୋଧୀ ଦଳ ନେତାଙ୍କ କହିବା ଅନୁଯାୟୀ ସିବିଆଇ ଯେକୌଣସି ରାଜ୍ୟରେ ରାଜ୍ୟ ପ୍ରସଙ୍ଗରେ ତଦନ୍ତ କରୁଥିଲେ ସଂପୃକ୍ତ ରାଜ୍ୟ ଓ ସୁପ୍ରିମ କୋର୍ଟଙ୍କ ଅନୁମତି ନେଇଥାଏ । କିନ୍ତୁ ବ୍ୟାଙ୍କ କିମ୍ବା ରେଳବାଇ ଭଳି କେନ୍ଦ୍ରୀୟ ସଂସ୍ଥାରେ ତଦନ୍ତ କଲେ ରାଜ୍ୟ ସରକାରଙ୍କ ଅନୁମତି ଦରକାର ପଡିନଥାଏ । ସିବିଆଇକୁ ଆନ୍ଧ୍ର ମନା ହେବା ସିବିଆଇର ବିଶ୍ବାସନୀୟତା ଉପରେ ପ୍ରଶ୍ନ ବୋଲି ବିଜେଡି କହିଛି ।

Share

Leave a Reply

Your email address will not be published. Required fields are marked *

11 + 14 =