ଓଟିଭିକୁ ଲିଗାଲ ନୋଟିସ ଦେଲେ ଅନୁଭବ

 ଭୁବନେଶ୍ୱର() ଓଟିଭିକୁ ବଢିଲା ଅଡୁଆ। ଅଡିଓ ଭାଇରାଲ ବିବାଦରୁ ମୁକୁଳି ନଥିବା ବେଳେ ସାଂସଦ ଅନୁଭବ ମହାନ୍ତି ଓଟିଭି ଓ ଏହାର ପରିଚାଳନା ନିର୍ଦ୍ଦେଶିକାଙ୍କୁ ପଠାଇଛନ୍ତି ଓକିଲ ନୋଟିସ । ସୁପ୍ରିମ କୋର୍ଟ ଆଇନଜୀବୀ ଅଶ୍ବିନୀ କୁମାର ଦୁବେ ଏହି ନୋଟିସ ପଠାଇଛନ୍ତି । ଓଡିଶା ସିନେମା ଇଣ୍ଡଷ୍ଟ୍ରିର ସବୁଠାରୁ ପ୍ରଭାବଶାଳୀ ଅଭିନେତା ତଥା ସଂସଦରେ ଜଣେ ଯୁବ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଅନୁଭବ ମହାନ୍ତିଙ୍କ ବିରୋଧରେ ଉଦ୍ଦେଶ୍ଯମୂଳକ ଭାବେ ଖବର ପ୍ରସାରଣ କରାଯାଇଛି । ଏଭଳି ଅଭିଯୋଗ କରିଛନ୍ତି ଅନୁଭବଙ୍କ ଓକିଲ । ଓଟିଭି ଓ ଏହାର ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନୁଭବଙ୍କ ବିରୋଧରେ ହୀନ ଓ ରାଜନୈତିକ ଉଦ୍ଦେଶ୍ଯ ରଖି ତାଙ୍କ ପଦମର୍ଯାଦା କ୍ଷୁର୍ଣ୍ଣ ହେଲା ଭଳି ଖବର ପ୍ରସାରଣ କରିଥିଲେ । ଅନୁଭବଙ୍କ ରେପୁଟେସନ କ୍ଷୁର୍ଣ୍ଣ କରିବାକୁ ତାଙ୍କ ବିରୋଧରେ ଚକ୍ରାନ୍ତ କରାଯ଼ାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ସାଂସଦଙ୍କ ବିରୋଧରେ ହୋଇଥିବା ଖବରରେ ସାଂସଦ ଜଣେ ଅଭ୍ଯାସଗତ ଅପରଧୀ, ଯାହାକି ସମ୍ପୁର୍ଣ୍ଣ ମିଛ । ଜଣେ ଜନପ୍ରତିନିଧିଙ୍କ ପ୍ରତିଷ୍ଠାକୁ ଉଦ୍ଦ୍ଯେଶମୂଳକ ଭାବେ କ୍ଷତି ପହଁଚାଇବାକୁ ଏଭଳି ଖବର ପ୍ରସାରଣ କରାଯାଇଛି ବୋଲି ଅଭିଯୋଗ କରାଯାଇଛି । ଏଭଳି ମିଛ ଖବର ପ୍ରସାରଣ କରି କେନ୍ଦ୍ରାପଡାର ଏହି ଯୁବ ସାଂସଦଙ୍କୁ ଅପମାନିତ କରାଯାଇଛି ବୋଲି ନୋଟିସରେ କୁହାଯାଇଛି । ନୋଟିସରେ ଓଟିଭି ଓ ଏହାର ପରିଚାଳନା ନିର୍ଦ୍ଦେଶିକାଙ୍କୁ 7 ଦିନ ମଧ୍ଯରେ ଭୁଲ ଖବର ପ୍ରସାରଣ ପାଇଁ ନିଜ ଟିଭି ଚ୍ଯାନେଲରେ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିବାକୁ କୁହାଯାଇଛି । କ୍ଷମା ପ୍ରାର୍ଥନା ନକଲେ ଅନୁଭବ ଆଇନଗତ ଉପଯୁକ୍ତ କାର୍ଯାନୁଷ୍ଠାନ ଗ୍ରହଣ କରିବେ।

Share

Leave a Reply

Your email address will not be published. Required fields are marked *

8 − six =