ଫେସବୁକ ଲାଇଭରେ ଲୋକଙ୍କ ସହ କଥା ହେବେ ଅନୁଭବ

ଭୁବନେଶ୍ବର () କେନ୍ଦ୍ରାପଡାର ବିଜେଡି ଲୋକସଭା ସାଂସଦ ଅନୁଭବ ମହାନ୍ତି ଆସନ୍ତା 16 ତାରିଖରେ ଫେସବୁକରେ ଲାଇଭରେ ଆସିବେ । ନିଜ ନିର୍ବାଚନମଣ୍ଡଳି ଲୋକଙ୍କ ସମସ୍ୟା ଓ ସୁବିଧା ଅସୁବିଧା ବୁଝିବା ପାଇଁ ଅନୁଭବ ଡିଜିଟାଲ ମିଡିଆକୁ ଆପଣେଇଛନ୍ତି ।

ନିକଟରେ ଶେଷ ହୋଇଥିବା ସଂସଦର ଅଧିବେଶନରେ ସେ କେଉଁ ସବୁ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ତାହାକୁ ବିସ୍ତୃତ ଭାବେ ଲୋକଙ୍କୁ କହିବେ । ନିଜର ଲୋକସଭାରେ ଅନୁଭୂତି ସମ୍ପର୍କରେ ମଧ୍ୟ ମନର କଥା କହିବେ । କେନ୍ଦ୍ରାପଡା ବାବଦରେ ଲୋକଙ୍କ ମନରେ ଥିବା ପ୍ରଶ୍ନ ମଧ୍ୟ ଅନୁଭବଙ୍କୁ ପ୍ରଶ୍ନ ପଚାରିପାରିବେ, ଆଉ ଏହାର ଜବାବ ଦେବେ ଅନୁଭବ ।

ସାଂସଦଙ୍କ କହିବା ମୁତାବକ, ଏଥିପାଇଁ ଅଗଷ୍ଟ ୧୫ ଯାଏଁ ପ୍ରଥମେ ସାଧାରଣ ଜନତା ପ୍ରଶ୍ନ ପଚାରିବେ । ଏହାର ଉତ୍ତର ଅନୁଭବ ନିଜେ ଅଗଷ୍ଟ ୧୬ ତାରିଖରେ ଦେବେ । ରାତି ୮ଟାରୁ ୮.୩୦ ମଧ୍ୟରେ ଫେସବୁକ ଲାଇଭ ମାଧ୍ୟମରେ ଜନତାଙ୍କ ପ୍ରଶ୍ନର ଉତ୍ତର ଦେବେ ବୋଲି ଖୋଦ ଅନୁଭବ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen − nine =