ଲୋକପାଳ ନିଯୁକ୍ତି ବିଳମ୍ବ ନେଇ ଆନ୍ନା ଅନଶନରେ

ଲୋକପାଳ ନିଯୁକ୍ତିରେ ବିଳମ୍ବ ନେଇ ପ୍ରତିବାଦ । ଆଜିଠୁ ମହାରାଷ୍ଟ୍ରର ରାଲେଗାଓଁସିଦ୍ଧିରେ ଆମରଣ ଅନଶନରେ ବସିବେ ସମାଜସେବୀ ଆନ୍ନା ହଜାରେ । ଲୋକପାଳ ନିଯୁକ୍ତି ନେଇ ବାରମ୍ବାର ପ୍ରତିଶ୍ରୁତି ଦେଇ ଚାଲିଛନ୍ତି କେନ୍ଦ୍ର ସରକାର । ହେଲେ ପ୍ରତିଶ୍ରୁତି ରଖୁନାହାନ୍ତି । କେନ୍ଦ୍ର ସରକାର ଲୋକପାଳ ନିଯୁକ୍ତି କରିବାରେ ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଆନ୍ନା ହଜାରେ । ମହାତ୍ମା ଗାନ୍ଧିଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆଜି ଆନ୍ନା ଆରମ୍ଭ କରିବେ ଅନଶନ । ଲୋକପାଳ ଓ ଲୋକାୟୁକ୍ତ ନିଯୁକ୍ତି ନେଇ ୨୦୧୩ ଡିସେମ୍ବରରେ ସଂସଦରେ ବିଲ ଆଗତ ହୋଇଥିଲା। କିନ୍ତୁ ଏହା ବର୍ତ୍ତମାନ ସୁଦ୍ଧା ଲାଗୁ ହୋଇନଥିବାରୁ ଆନ୍ନା କ୍ଷୋଭ ପ୍ରକାଶ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

two × 1 =