ଓଡିଶା ପରେ ଆନ୍ଧ୍ର ଓ ବିହାରର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି

ନୀତି ଆୟୋଗ ବୈଠକକୁ 8 ରାଜ୍ୟର ବର୍ଜନ

ନୂଆଦିଲ୍ଲୀ () ଆଜି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା ନୀତି ଆୟୋଗର ଚତୁର୍ଥ ପରିଚାଳନା ପରିଷଦ ବୈଠକରେ ଓଡ଼ିଶା ମୁଖ୍ୟମବୀ ନବୀନ ପଟନାୟକଙ୍କ ସମେତ ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବର୍ଜନ କରିଛନ୍ତି । ଦୁଇ ଦିନ ହେବାକୁ ଥିବା ଏହି ବୈଠକରେ ଦିଲ୍ଲୀ, ମଣିପୁର, ଗୋଆ, ତ୍ରିପୁରା, ସିକ୍କିମ, ମିଜୋରାମ, ଓଡ଼ିଶା, ଜାମ୍ମୁ ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଯୋଗ ଦେଇନାହାନ୍ତି ।

ବୈଠକରେ ମୁଖ୍ୟମବୀ ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ର ପ୍ରଦେଶକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ଦାବି କରିଛନ୍ତି । ଅନ୍ୟପଟେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହି ଦାବିକୁ ସମର୍ଥନ କରି ନିଜ ରାଜ୍ୟକୁ ମଧ୍ୟ ସ୍ବତନ୍ତ୍ର ପାହ୍ୟା ଦେବାକୁ ଦାବି କରିଛନ୍ତି । ପ୍ରଧାନମବୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ସାଂସ୍କୃତିକ କେନ୍ଦ୍ରଠାରେ ଆୟୋଜିତ ନୀତି ଆୟୋଗ ଗଭର୍ଣ୍ଣିଂ ପରିଷଦର ଚତୁର୍ଥ ବୈଠକରେ ସମ୍ବୋଧନ କରିଛନ୍ତି । ମୁଖ୍ୟମନ୍ତ୍ରୀମାନଙ୍କ ଗଠନମୂଳକ ଆଲୋଚନା ଏବଂ ପରାମର୍ଶକୁ ପ୍ରଧାନମବୀ ସ୍ବାଗତ କରିଥିଲେ ଏବଂ ଉପସ୍ଥିତ ପ୍ରତିନିଧିମାନଙ୍କୁ ଆଶ୍ବସନା ଦେଇଥିଲେ ଯେ ଏସବୁ ପରାମର୍ଶଗୁଡ଼ିକ ବିଷୟରେ ଆଗାମୀ ଦିନରେ ନିଷ୍ପତି ନେବା ପ୍ରକ୍ରିୟାରେ ଗୁରୁତ୍ତର ସହ ବିଚାର କରାଯିବ ।

ଆସନ୍ତା ତିନି ମାସ ମଧ୍ୟରେ ରାଜ୍ୟଗୁଡ଼ିକ ଦ୍ବାରା ଦିଆଯାଇଥିବା ପରାମର୍ଶର କାର୍ଯ୍ୟକାରୀ ଦିଗ ପ୍ରତି ଧ୍ୟାନ ଦେବା ଲାଗି ସେ ନୀତି ଆୟୋଗକୁ ପରାମର୍ଶ ଦେଇଥିଲେ । ସେ କହିଥିଲେ ଯେ ନୀତି ଆୟୋଗଙ୍କ ଦ୍ବାରା ଚିହ୍ନଟ କରାଯାଇଥିବା ୧୧୫ଟି ଅଭିଳାଷୀ ଜିଲ୍ଲା ଭଳି ରାଜ୍ୟଗୁଡ଼ିକ ନିଜସ୍ବ ସ୍ତରରେ ମୋଟ ବ୍ଲକଗୁଡ଼ିକ ମଧ୍ୟରୁ ୨୦ ପ୍ରତିଶତ ବ୍ଲକକୁ ଅଭିଳାଷୀ ବ୍ଲକ ଭାବେ ଚିହ୍ନଟ କରି ନିଜସ୍ବ ପରିମାପକ ଧାର୍ଯ୍ୟ କରିବା ଆବଶ୍ୟକ । ପରିବେଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀମାନଙ୍କ ଦ୍ବାରା ଉତ୍ଥାପନ କରାଯାଇଥିବା ପ୍ରସଙ୍ଗ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସବୁରାଜ୍ୟ ସେମାନଙ୍କ ସରକାରୀ କୋଠା, ସରକାରୀ କାର୍ଯ୍ୟାଳୟ ଏବଂ ଷ୍ଟ୍ରିଟ ଲାଇଟରେ ଏଲଇଡି ବଲବର ଉପଯୋଗ କରିବା ଉଚିତ । ଏହା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ ହେବା ଆବଶ୍ୟକ । ଜଳ ସଂରକ୍ଷଣ, କୃଷି, ମନରେଗା ଆଦି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଦିଆଯାଇଥିବା ବିଭିନ୍ନ ପରାମର୍ଶର ସେ ପ୍ରଶଂସା କରିଥିଲେ ।

ଉଭୟ ଫସଲ ବୁଣିବା ଏବଂ କାଟିବା ପର୍ଯ୍ୟାୟ ସମେତ “କୃଷି ଏବଂ ମନରେଗା” ଆଦି ଦୁଇଟି ବିଷୟରେ ସମନ୍ବିତ ନୀତି ଓ ଆଭିମୁଖ୍ୟ ଗ୍ରହଣ ସହିତ ଆବଶ୍ୟକ ସୁପାରିସ କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ସେ ମଧ୍ୟପ୍ରଦେଶ, ବିହାର, ସିକିମ, ଗୁଜରାଟ, ଉତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି  ।

Share

Leave a Reply

Your email address will not be published. Required fields are marked *

4 × two =