ଭୁବନେଶ୍ୱର ମଧ୍ୟ ବିଧାୟକ କରୋନା ପଜିଟିଭ

ଭୁବନେଶ୍ୱର()ଆଜି ରାଜ୍ୟରେ ଆଉ ଜଣେ ବିଧାୟକ କରୋନା କବଜାକୁ ଆସିଛନ୍ତି । ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ କରେନା ହୋଇଥିବା ସୂଚନା ମିଳିଛି । ତାଙ୍କର ଆଜି କରୋନା ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି ।

ଏହା ପୂର୍ବରୁ ରାଜ୍ୟରେ ୬ ବିଧାୟକ ଓ ଜଣେ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି । ସେ ସୁସ୍ଥ ଓ ହୋମ କ୍ୱାରେଣ୍ଟାଇନରେ ରହିଥିବା ଟ୍ୱିଟ କରି ଜଣାଇଛନ୍ତି । ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ସଙ୍ଗରୋଧ ରହିବା ସହ କରୋନା ଟେଷ୍ଟ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

seven − two =