ସିଏଏ ଯୋଗୁ ଜଣେ ବି ମୁସଲମାନ ଭାଇ-ଭଉଣୀଙ୍କ ନାଗରିକତା ଯିବନାହିଁ

ଭୁବନେଶ୍ୱର() ଆଜି ଭୁବନେଶ୍ୱର ଜନତା ମୈଦାନରେ ଅମିତ ଶାହାଙ୍କ ସିଏଏ ସମର୍ଥନ ସଭା ହୋଇଥିଲା ।

ଏହି ଅବସରରେ ଶାହା କହିଛନ୍ତି, ମୁଁ ଦୃଢ଼ତା ସହ କହୁଛି, ସିଏଏ ଯୋଗୁ ଜଣେ ବି ମୁସଲମାନ ଭାଇ-ଭଉଣୀଙ୍କ ନାଗରିକତା ଯିବନାହିଁ । ଏପରିକି ଏହି ନିୟମ କାହାର ନାଗରିକତା ଛିନ୍ନ ପାଇଁ ନୁହେଁ ବରଂ ନାଗରିକତା ଦେବା ପାଇଁ ହୋଇଛି । ସିଏଏ କୌଣସି ସଂଖ୍ୟାଲଘୁଙ୍କ ନାଗରିକତା ଛିନ୍ନ କରିବ ନାହିଁ ।

ଓଡ଼ିଶାକୁ ନେଇ ଶାହା କହିଛନ୍ତି କି, ବିଗତ ୫ ବର୍ଷରେ ଯେତେଥର ମୁଁ ଓଡ଼ିଶା ଆସିଛି, ଓଡ଼ିଶା ମୋର ଦ୍ୱିତୀୟ ଘର ଭାବେ ଅନୁଭବ ହୁଏ । କାରଣ ଉଭୟ ଗୁଜୁରାଟ ଓ ଓଡ଼ିଶା ଉପରେ ଜଗତର ନାଥ ଜଗନ୍ନାଥଙ୍କ କୃପା ରହିଛି । ଆଉ ଓଡ଼ିଶା ମାଟି ପାଇକ ସଂଗ୍ରାମୀଙ୍କ ମାଟି । କାରଣ ବକ୍ସି ଜଗବନ୍ଧୁଙ୍କ ପରି ଅନେକ ମହାପୁରୁଷ ଏହି ମାଟିରେ ଜନ୍ମ ନେଇଛନ୍ତି । ଓଡ଼ିଶା ସବୁବେଳେ ଦେଶର ବିକାଶରେ ଏକ ପ୍ରମୁଖ ଭୂମିକା ବହନ କରିଛି ।

ସେହିପରି ଦେଶରେ ଜଳୁଥିବା ନାଗରିକତା ନିଆଁ ପାଇଁ କିଛି ଖଳପ୍ରକୃତିର ଗୋଷ୍ଠୀ ହିଁ ଦାୟୀ । ଆଉ ପରୋକ୍ଷରେ କଂଗ୍ରେସ ଦଳକୁ ନିଶାନା କରି କହିଛନ୍ତି କି, କଂଗ୍ରେସ ୨୭ ଜାଗାରେ ସିଏଏ ଆଇନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ପାଳନ କରିନାହାନ୍ତି । ଏବେ ବିରୋଧ କରୁଛି ଦେଶବାସୀଙ୍କୁ ଭ୍ରମିତ କରୁଛି ତେଣୁ କଂଗ୍ରେସର ଏହି ଭ୍ରାନ୍ତିରୁ ଦେଶବାସୀ ବାହାରକୁ ଆସନ୍ତୁ । କଂଗ୍ରେସକୁ ଚ୍ୟାଲେଞ୍ଜ ଦେଇ ଶାହା କହିଛନ୍ତି , ତମର ୫୫ ବର୍ଷ ଆମର ୫ ବର୍ଷ, ହିସାବ କର ଆମ କାର୍ୟ୍ୟ ଯୋଜନା ତମ ଉପରେ ଭାରି ପଡ଼ିବ ।

Share

Leave a Reply

Your email address will not be published. Required fields are marked *

nine + thirteen =