ଆଇପିଏଲରୁ ସନ୍ନ୍ୟାସ ନେବେ ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ପ୍ଲେୟର ଅମ୍ବତି ରାଇଡୁ

ଆଇପିଏଲରୁ ସନ୍ନ୍ୟାସ ନେବେ ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ପ୍ଲେୟର ଅମ୍ବତି ରାଇଡୁ । ସେ ନିଜେ ଅବସର ଘୋଷଣା କରିଛନ୍ତି । ୩୬ ବର୍ଷୀୟ ରାଇଡୁ ଏବେ ପର୍ଯ୍ୟନ୍ତ ଆଇପିଏଲରେ ୧୮୭ ମ୍ୟାଚ୍ ଖେଳି ୪୧୮୭ ରନ୍ ସ୍କୋର କରିଛନ୍ତି । ତାଙ୍କର ବେଷ୍ଟ ସ୍କୋର ୧୦୦ ରନ୍ ଥିଲା । ଶନିବାର ଦିନ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏନେଇ ରାଇଡୁ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି କି ଆଇପିଏଲର ଚଳିତ ସିଜିନ ପରେ ସେ ଆଉ ଆଇପିଏଲ ମ୍ୟାଚ ଖେଳିବେ ନାହିଁ । କହିରଖୁ କି ଅମ୍ବତି ରାଇଡୁ ୨୦୧୦ ମସିହାରେ ମୁମ୍ବାଇ ଇଣ୍ଡିଆନ୍ସ ଟିମରୁ ନିଜର ଆଇପିଏଲ କ୍ୟାରିଅର ଆରମ୍ଭ କରିଥିଲେ । ସେ ଦୀର୍ଘ ୭ ବର୍ଷ ଅର୍ଥାତ ୨୦୧୭ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ ।

Share

Leave a Reply

Your email address will not be published. Required fields are marked *

one + 18 =