ଦିଲ୍ଲୀ କ୍ୟାପିଟାଲ୍ସ ସ୍କ୍ୱାଡକୁ କମବ୍ୟାକ୍ କଲେ ଅକ୍ଷର

ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲସ କ୍ୟାମ୍ପରେ ଏବେ ଖୁସିର ଲହରୀ । ଦଳ ଏବେ ଭଲ ପ୍ରଦର୍ଶନ କରୁଛି । ଏହି ଖୁସି ବଢିଯାଇଛି । ସ୍ପିନ ଅଲରାଉଣ୍ଡର ଅକ୍ଷର ପଟେଲ ଏବେ ସୁସ୍ଥ ହୋଇଯାଇଛନ୍ତି। ତାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ସ୍କ୍ୱାଡକୁ ଫେରିଛନ୍ତି। ଆଇପିଏଲର ଠିକ୍‌ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଯାଇଥିଲେ । ତାଙ୍କୁ ଦଳ ପକ୍ଷରୁ ମଧ୍ୟ ସ୍ୱାଗତ କରାଯାଇଛି।ଶୁକ୍ରବାର ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଗୋଟିଏ ଭିଡିଓ ଜାରି କରାଯାଇଛି। ଏଥିରେ ଅକ୍ଷର ପଟେଲ ହୋଟେଲ ଭିତରେ ଖେଳାଳିଙ୍କୁ ଭେଟୁଛନ୍ତି। ଏହି ଭିଡିଓରେ ସ୍କ୍ୱାଡରେ ଯୋଗଦେଉଥିବାରୁ ଅକ୍ଷର ବେଶ ଖୁସିଥିବା ଦେଖିବାକୁ ମିଳିଛି।

ସେ ଯେଉଁଭଳି ହସହସ ମୁହଁରେ ସବୁ ଖେଳାଳିଙ୍କୁ ଭେଟିଛନ୍ତି, ତାହା ହିଁ ବୟାନ କରୁଛି ଯେ ସେ ସ୍କ୍ୱାଡକୁ ଫେରିବାକୁ କେତେ ବ୍ୟାକୁଳ ଥିଲେ। ଏହି ସମୟରେ ସେ କହୁଛନ୍ତି ଯେ “ଲୋକମାନଙ୍କୁ ଦେଖି ହିଁ ବହୁତ ମଜା ଆସୁଛି।” ଦିଲ୍ଲୀ କ୍ୟାପିଟାଲ୍ସ କହିଛି ଯେ “ଏହି ହସ ହିଁ ବୟାନ କରୁଛି ପୂରା କାହାଣୀ। ପଡ଼ିଆକୁ ଆପଣଙ୍କୁ ସ୍ୱାଗତ।”ଅକ୍ଷର କରୋନାରେ ଆକ୍ରାନ୍ତ ହୋଇଥିବାରୁ ଦିଲ୍ଲୀ କ୍ୟାପିଟାଲ୍ସ ଅସ୍ଥାୟୀ ଭାବେ ବାମହାତୀ ସ୍ପିନର ଶାମ୍ସ ମୁଲାନିଙ୍କୁ ସ୍କ୍ୱାଡରେ ସାମିଲ କରିଥିଲା। ସେ ମୁମ୍ବାଇ ପକ୍ଷରୁ ଘରୋଇ କ୍ରିକେଟରେ ୧୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳିଛନ୍ତି। ତେବେ ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ଏଯାଏ କୌଣସି ମ୍ୟାଚ୍‌ରେ ସୁଯୋଗ ଦେଇନାହିଁ।

Share

Leave a Reply

Your email address will not be published. Required fields are marked *

four × five =