ଆସନ ପାଇଁ ମାୟାବତୀ-ଅଖିଳେଶଙ୍କ ଆଲୋଚନା

୨୦୧୯ ସାଧାରଣ ନିର୍ବାଚନରେ ଉତ୍ତରପ୍ରଦେଶରେ ଏକାକୀ ନିର୍ବାଚନ ମୈଦାନକୁ ଓହ୍ଲାଇପାରେ କଂଗ୍ରେସ । ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟିର ମହାମେଣ୍ଟରେ ସାମିଲ ହୋଇ ନପାରେ କଂଗ୍ରେସ । କୁହାଯାଉଛି, ମନଲାଖି ସିଟ୍ ମିଳୁ ନଥିବାରୁ କଂଗ୍ରେସ ଅକଲେ ଚଲୋ ପ୍ଲାନ୍ରେ ରହିଛି । ଏପରିକି ଚର୍ଚ୍ଚା ହେଉଛି, ମୟାବାତୀ-ଅଖିଳେଶ ଯାଦବ ବି ମହାମେଣ୍ଟରେ କଂଗ୍ରେସକୁ ସାମିଲ କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି ।
ଗତକାଲି ମାୟାବତୀ-ଅଖିଳେଶ ଦିଲ୍ଲୀରେ ସାକ୍ଷାତ ଆଲୋଚନା କରିଥିଲେ । ୮୦ ଆସନରେ ଲଢ଼ିବା ନେଇ ବୁଝାମଣା ହୋଇଥିବା କୁହାଯାଉଛି । ଉତ୍ତରପ୍ରଦେଶରେ ଏସ୍ପି ୩୫, ବିଏସ୍ପି ୩୬, ଆରଏଲ୍ଡି ୩ଟି ଓ ୪ଟି ଆସନ ସଂରକ୍ଷିତ ରଖିବା ନେଇ ମାୟା-ଅଖିଳେଶ ଆଲୋଚନା କରିଛନ୍ତି । ତେବେ ଆମେଥି ଓ ରାଏବରେଲି ପାଇଁ କୌଣସି ପ୍ରାର୍ଥୀ ଦେଇ ନାହାନ୍ତି । ଏହି ଦୁଇଟି ଆସନରୁ ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧି ସାଂସଦ ଅଛନ୍ତି । ୨୦୧୪ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ଏହି ଦୁଇଟି ଆସନ କେବଳ ଅକ୍ତିଆର କରି ପାରିଥିଲା କଂଗ୍ରେସ ।

Share

Leave a Reply

Your email address will not be published. Required fields are marked *

14 − 9 =