ଆମେ ବାଂଲାଦେଶୀ ନାଗରିକଙ୍କୁ ଫେରାଇ ନେବାକୁ ପ୍ରସ୍ତୁତ ଅଛୁ

ନୂଆଦିଲ୍ଲୀ() ବାଂଲାଦେଶର ବିଦେଶ ମନ୍ତ୍ରୀ ଏ.କେ. ଅବଦୁଲ ମୋମେନ କହିଛନ୍ତି ଆମର ନାଗରିକ ଭାରତରେ ବେଆଇନ ଭାବେ ରହୁଥିଲେ ଫେରାଇ ନେବାକୁ ପ୍ରସ୍ତୁତ ଅଛୁ । ବେଆଇନ ଭାବରେ ରହି ଆସୁଥିବା ବାଂଲାଦେଶୀ ନାଗରିକ ତାଲିକା ଦିଆଯାଏ, ତା’ହେଲେ ସେମାନଙ୍କୁ ଫେରାଇ ନିଆଯିବ ।

ଭାରତର ଜାତୀୟ ନାଗରିକ ପଂଜୀକରଣ ଉପରେ ଏକ ପ୍ରଶ୍ନରେ ମୋମେନ କହିଛନ୍ତି, ଭାରତ-ବାଂଲାଦେଶର ସଂପର୍କ ସାଧାାରଣ ଓ ବହୁତ ଭଲ ଅଛି । ଏଥିରେ କୌଣସି ପ୍ରଭାବ ପଡ଼ିବ ନାହିଁ ।

ସୂଚନାଯୋଗ୍ୟ ଯେ, ନିଜର ବ୍ୟସ୍ତତା ଯୋଗୁଁ ବାଂଲାଦେଶ ବିଦେଶ ମନ୍ତ୍ରୀ ଗତ ସପ୍ତାହରେ ଭାରତ ଗସ୍ତ ବାତିଲ କରି ଦେଇଥିଲେ । ସେ କହିଥିଲେ ଯେ, ଭାରତ ଏନଆରସି ପ୍ରକ୍ରିୟାକୁ ନିଜର ଆନ୍ତରିକ ମାମଲା ବୋଲି କହିଛି ଏବଂ ଢାକାକୁ ଆଶ୍ୱସ୍ତି ଦେଇଛି ଯେ, ଏଥିରେ ବାଂଲାଦେଶ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ସେ କହିଛନ୍ତି ଯେ, କିଛି ଭାରତୀୟ ନାଗରିକ ଆର୍ଥିକ କାରଣରୁ ଦେବାଳିଆ ହୋଇ ବାଂଲାଦେଶରେ ପ୍ରବେଶ କରୁଛନ୍ତି । ମୋମେନ ଗଣମାଧ୍ୟମକୁ କହିଛନ୍ତି, ଯଦି ଆମର ନାଗରିକଙ୍କ ବ୍ୟତୀତ ଅନ୍ୟ କୌଣସି ନାଗରିକ ବାଂଲାଦେଶରେ ପ୍ରବେଶ କରୁଛି, ତା’ହେଲେ ଆମେ ସେମାନଙ୍କୁ ଫେରାଇ ଦେବୁ । ତାଙ୍କୁ ପଚରାଯାଇଥିଲା ଯେ, ଭାରତ ସହିତ ଲାଗି ରହିଥିବା ସୀମା ମାଧ୍ୟମରେ ଦେଶରେ ପ୍ରବେଶ କରୁଛନ୍ତି ।

ମୋମେନ କହିଛନ୍ତି ଯେ, ବାଂଲାଦେଶ ନୂଆଦିଲ୍ଲୀକୁ ଅନୁରୋଧ କରିଛି ଯେ, ଯଦି ତାଙ୍କ ନିକଟରେ ଭାରତରେ ବେଆଇନ ଭାବେ ରହୁଥିବା ବାଂଲାଦେଶ ନାଗରିକ ଅଛନ୍ତି, ସେମାନଙ୍କୁ ଫେରାଇ ଦିଆଯାଉ । ସେ କହିଛନ୍ତି, ଆମେ ବାଂଲାଦେଶୀ ନାଗରିକଙ୍କୁ ଫେରାଇ ନେବାକୁ ପ୍ରସ୍ତୁତ ଅଛୁ ।

Share

Leave a Reply

Your email address will not be published. Required fields are marked *

15 + eighteen =