ପୁଣି ଅଡୁଆରେ ଚିଦାମ୍ବରମ, ବିମାନ କିଣା ପ୍ରସଙ୍ଗରେ ଚାଲିଛି ପଚରାଉଚରା

ନୂଆଦିଲ୍ଲୀ()  ପୁଣି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କୁ ଇଡିର ଜେରା । ଏୟାର ଇଣ୍ଡିଆ ଲାଗି ଏୟାରବସ୍ ଓ ବୋଇଂ ବିମାନ କିଣାରେ ହୋଇଥିବା ହେରଫେର ନେଇ ପଚରା ଉଚରା କରାଯାଉଥିବା ଜଣାପଡିଛି।

ଗତ ୟୁପିଏ ସରକାର ସମୟରେ ଏୟାର ଇଣ୍ଡିଆ ଲାଗି ଯାତ୍ରୀ ବିମାନ କ୍ରୟ କରାଯାଇଥିଲା। ସେତେବେଳେ ସରକାରୀ ବିମାନ କମ୍ପାନୀ ଲାଗି ଯଥାକ୍ରମେ ଏୟାରବସ୍ ଓ ବୋଇଂ ଠାରୁ ୪୩ ଓ ୨୪ ଟି ବିମାନର କ୍ରୟ ଆବଶ୍ୟକତା ଥିଲା। ତେବେ ଉଭୟ କମ୍ପାନୀରୁ ୧୧୧ଟି ବିମାନ କ୍ରୟ ଲାଗି ଆର୍ଡର ଦିଆଯାଇଥିଲା। ୨୦୦୯ ମସିହାର ଏହି ଯାତ୍ରୀ ବିମାନ କ୍ରୟରେ ହୋଇଥିବା ଅନିୟମିତତାର ଇଡି ତଦନ୍ତ କରୁଥିଲେ।

Share

Leave a Reply

Your email address will not be published. Required fields are marked *

11 − 5 =