ହିନ୍ଦୁସ୍ତାନ ସିପୟାର୍ଡରେ ଦୁର୍ଘଟଣା ଘଟି ୧୦ ଶ୍ରମିକଙ୍କ ମୃତ୍ୟୁ

ବିଶାଖାପାଟନମ୍() ଆନ୍ଧ୍ରପ୍ରଦେଶ  ବିଶାଖାପାଟନମରେ ହିନ୍ଦୁସ୍ତାନ ସିପୟାର୍ଡରେ ଦୁର୍ଘଟଣା ଘଟି ୧୦ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି।  ଲୋଡିଂ ଓ୍ବାର୍କର ଇନ୍ସପେକ୍ସନ କରିବା ସମୟରେ କ୍ରେନ୍ ପଡିବାରୁ ୧୦ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଯାଇଛି। ଅନ୍ୟମାନଙ୍କର ସ୍ଥିତି ଖୁବ୍ ଗମ୍ଭୀର ରହିଛି। ତାଙ୍କୁ ହସ୍ପିଟାଲ ନେଉଥିବା ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ମୃତକଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି। ପୋଲିସ ଓ ରେସକ୍ୟୁ ଫୋର୍ସ ଘଟଣାସ୍ଥଳରେ ପହଁଞ୍ଚି ଯାଇଛି। ନୂଆ କ୍ରେନ ଲଗାଇବା ପରେ ଟେଷ୍ଟ କରାଯାଉଥିଲା। ଏହି ସମୟରେ ଏହି ଦୁର୍ଘଟଣା ଘଟିଥିଲା।

Share

Leave a Reply

Your email address will not be published. Required fields are marked *

15 − one =