ଅଭିନନ୍ଦନଙ୍କୁ ଅପେକ୍ଷା

ଭାରତର ବୀର ପୁତ୍ର ଅଭିନନ୍ଦନ ବର୍ଦ୍ଧମାନ ଆଉ କିଛି ସମୟ ପରେ ଭାରତ ଫେରିବେ । ଅଭିନନ୍ଦନଙ୍କୁ ସ୍ୱାଗତ କରିବା ପାଇଁ ସାରା ଦେଶବାସୀ ଉତ୍ସାହିତ ହୋଇପଡ଼ିଛନ୍ତି । ଲୋକେ ହାତରେ ତ୍ରିରଙ୍ଗା ଧରି ସୀମାରେ ପହଞ୍ଚିଛନ୍ତି ।

ସେପଟେ ସୀମାରେ ଆଇଆଲର୍ଟ କରାଯାଇଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଅଭିନନ୍ଦନଙ୍କ ସ୍ୱଦେଶ ପରିବର୍ତ୍ତନ ପରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଯେପରି କୌଣସି ଅସୁବିଧା ନୁହୁଏ, ସେଥିପ୍ରତି କଡ଼ା ଦୃଷ୍ଟି ଦିଆଯାଉଛି ।

ଅଭିନନ୍ଦନଙ୍କ ମୁକ୍ତି ପାଇଁ ପାକିସ୍ତାନରେ କାଗଜପତ୍ର ପ୍ରକିୟା ପୂରଣ ହୋଇଛି । ଅଭିନନ୍ଦନଙ୍କୁ ଇସଲାମବାଦରୁ ଲାହୋର ଅଭିମୁଖେ ଆଣୁଛନ୍ତି ପାକ ଅଧିକାରୀ । ଦିନ ୩ଟାରୁ ୪ ଟା ଭିତରେ ଭାରତରେ ପହଚିଂପାରନ୍ତି ଅଭିନନ୍ଦନ । ଅଟାରୀ ବର୍ଡରରେ ଭାରତୀୟ ବାୟୁସେନା ଟିମ ପହଚିଂଛନ୍ତି । ଆଜି ୱାଘା ବର୍ଡର ଦେଇ ସ୍ୱଦେଶକୁ ଫେରିବେ ଅଭନନ୍ଦନ ।

ତାଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି। ସେମାନେ ସଡ଼କ ଯୋଗେ କିମ୍ବା ବିମାନ ଯୋଗେ ଅଭିନନ୍ଦନଙ୍କୁ ୱାଘା ଆଣିପାରନ୍ତି। ଭାରତ ଚାହୁଁନି ଅଭିନନ୍ଦନଙ୍କୁ ଗଣମାଧ୍ୟମରେ ଦେଖାଯାଉ। ଅନ୍ୟପକ୍ଷରେ ଅପରାହ୍ଣରେ ପତାକା ଅବତରଣ ସମୟରେ ଏହି ସ୍ଥାନରେ ପ୍ରବଳ ଗହଳି ରହିଥିବାରୁ ଏହାକୁ ନେଇ ସମସ୍ୟ ରହିବ।

ବିଶେଷ ସୂତ୍ରରୁ ଜଣାଯାଇଛି, ଭାରତ ତାଙ୍କୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଅଣାଯିବ। ସେଠାରେ ତାଙ୍କର ମେଡିକାଲ ଚେକ୍ଅପ୍ କରାଯିବ ଏବଂ ପାକିସ୍ତାନରେ ସେ ବିତାଇଥିବା ସମୟ ବାବଦରେ ପଚରାଉଚରା କରାଯିବ। ତେବେ ଅଧିକାରୀମାନେ ତାଙ୍କୁ ରିପୋର୍ଟରମାନଙ୍କଠାରୁ ଦୂରେଇ ରଖିବାର ପ୍ରୟାସ କରାଯିବ।

Share

Leave a Reply

Your email address will not be published. Required fields are marked *

4 × 1 =