୯୪% ମହିଳା ଓ ଶିଶୁ ନିର୍ଯ୍ୟାତନା ମାମଲା ବିଚାର ଅପେକ୍ଷାରେ

ଭୁବନେଶ୍ବର () ରାଜ୍ୟ ସରକାର ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ଅପରାଧ ପ୍ରତି ଜିରୋ ଟଲରାନ୍ସ କଥା କହୁଛନ୍ତି । ହେଲେ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ କହୁଛି, ମାମଲା ବାଟେ ମାମଲା ହେଉଛି କିନ୍ତୁ ଦୋଷୀ ଦଣ୍ଡ ପାଉନାହାଁନ୍ତି । ଏବେ ସୁଦ୍ଧା ରାଜ୍ୟରେ୯୪ ମହିଳା ଓ ଶିଶୁ ନିର୍ଯ୍ୟାତନା ସମ୍ପର୍କିତ ମାମଲା ବିଚାର ହୋଇନପାରି ପଡିରହିଛି । ୨୦୧୭ରେ ଏ ସମ୍ପର୍କିତ ମାମଲାରେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୭.୪ ପ୍ରତିଶତ । ଆଜି ମୁଲତବି ପ୍ରସ୍ତାବ ଆଲୋଚନା ବେଳେ ବିଧାନସଭାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏଭଳି ତଥ୍ୟ ଉପସ୍ଥାପନା କରିଛନ୍ତି ।

ଏନସିଆରବି ରିପୋର୍ଟ ଅନୁଯାୟୀ ୨୦୧୭ରେ କେବଳ ମହିଳାଙ୍କ ପ୍ରତି ହୋଇଥିବା ଅପରାଧରେ ୯୪.୭ ପ୍ରତିଶତ ମାମଲା ବିଭିନ୍ନ କୋର୍ଟ କଚେରୀରେ ଶୁଣାଣୀ ସ୍ଥିତିରେ ରହିଛି । ସେହି ବର୍ଷ ମହିଳା ନିର୍ଯ୍ୟାତନା ମାମଲାରେ ୫୦୪୧ଟି ମାମଲା ପଂଜିକୃତ ହୋଇଛି । ୨୦୧୭ ସୁଦ୍ଧା ମହିଳା ନିର୍ୟ୍ୟାତନା ମାମଲାରେ ୧୧ ଲକ୍ଷ ୨୦ ହଜାର ୩୬୬ ଜଣ ଗିରିଫ ହୋଇଥିଲା ବେଳେ ଦଣ୍ଡିତ ହୋଇଛନ୍ତି ମାତ୍ର ୫୨୨୬ ଜଣ ।

ମହିଳା ନିର୍ଯ୍ୟାତନା ଘଟଣାରେ ୨୦୧୭ ଶେଷ ସୁଦ୍ଧା ୫ ଲକ୍ଷ ୧୭ ହଜାର ୭୦୯ଟି ମାମଲା ଫଇସଲା ଅପେକ୍ଷାରେ ରହିଥିଲା । ୨୦୧୭-୧୮ ଓ ୨୦୧୮-୧୯ରେ ୨୪ ଲକ୍ଷରୁ ଅଧିକ ଲୋକ ଗିରଫ ହୋଇଛନ୍ତି ଆଉ ଦଣ୍ଡିତ ହୋଇଛନ୍ତି ମାତ୍ର ୧୭ ହଜାର । ତେବେ କଂଗ୍ରେସ ବିଧାୟକ ଦଳ ନେତାଙ୍କ ଏଭଳି ତଥ୍ୟକୁ ଗ୍ରହଣ କରିନାହାଁନ୍ତି ବିଜେଡି ନେତା ଓ ମନ୍ତ୍ରୀମାନେ । ରାଜ୍ୟ ସରକାର ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ସବୁ ନିର୍ଯ୍ୟାତନା ମାମଲାକୁ ରେଡ ଫ୍ଲାଗ ମାନ୍ୟତା ଦେଉଛନ୍ତି । ରେଡ ଫ୍ଲାଗ ମାମଲାରେ ଦଣ୍ଡାଦେଶର ହାର ୪୧.୪୮ ପ୍ରତିଶତ । ଗତ ସାଢେ ତିନି ମାସ ମଧ୍ୟରେ ୪ଜଣଙ୍କୁ ଫାଶି ଦଣ୍ଡାଦେଶ ହୋଇଛି ।

Share

Leave a Reply

Your email address will not be published. Required fields are marked *

20 − 11 =