ବରଫ ଝଡ଼ ଯୋଗୁଁ ହିମସ୍ଖଳନରେ ୫ ଜଣ ଯବାନ ସହିଦ,୫ ସାଧାରଣ ଲୋକଙ୍କ ମୃତ୍ୟୁ

କଶ୍ମୀର()  ବରଫ ଝଡ଼ ଯୋଗୁଁ ହିମସ୍ଖଳନରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ଏଥିରେ ୫ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେନା ପକ୍ଷରୁ ଉଦ୍ଧାରକାର୍ୟ୍ୟ ଜାରି ରହିଛି । ଏହି ମୃତକଙ୍କ ମଧ୍ୟରେ ୪ ଜଣ ଆର୍ମି ସୈନ୍ୟ ଥିବା ବେଳେ ଜଣେ ବିଏସଏଫ ଯବାନ ରହିଛନ୍ତି।

ସେହିପରି ବରଫ ଅତଡ଼ା ତଳୁ ୭ ଜଣ ଯବାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୪୮ ଘଣ୍ଟା ଧରି ବରଫପାତ ହେବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।

ସୋମବାର ରାତି ୮.୩୦ରେ ବରଫ ସ୍ଖଳନ ହୋଇଥିଲା। ଖବର ପାଇ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା। ଦୀର୍ଘ ସମୟ ଧରି ସର୍ଚ୍ଚ ଅପରେସନ କରିବା ପରେ ମାଚ୍ଛଲି ସେକ୍ଟର ନିକଟରେ ହୋଇଥିବା ବରଫ ସ୍ଖଳନ ଘଟଣାରେ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସେହିପରି ଗୁରୁତର ଥିବେ ଆଉ ଜଣେ ଯବାନଙ୍କୁ ହେଲିକପ୍ଟର ଯୋଗେ ହସ୍ପିଟାଲ ନିଆଯାଇଥିଲା। ନିଖୋଜ ଥିବା ଆଉ ଜଣେ ଯବାନଙ୍କ ସନ୍ଧାନ ଜାରି ରହିଥିଲା। ଆଜି ମଧ୍ୟାହ୍ଣରେ ବରଫ ଅତଡ଼ା ତଳୁ ଆଉ ଜଣେ ଯବାନଙ୍କ ଶବ ଜବତ ହୋଇଛି। ନୌଗାମ ସେକ୍ଟରରେ ମଧ୍ୟ ଗତକାଲି ବିଳମ୍ବିତ ରାତିରେ ବରଫ ସ୍ଖଳନ ହୋଇଥିଲା। ସେହିପରି ଗତକାଲି ରାତିରେ ଗାନ୍ଧେରବାଲ ଜିଲ୍ଲା ସୋନମାର୍ଗରେ ମଧ୍ୟ ହିମ ସ୍ଖଳନ ଘଟି ୫ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି।

Share

Leave a Reply

Your email address will not be published. Required fields are marked *

17 + 10 =