ଅଗ୍ନିକାଣ୍ଡରେ ୪୬ ମୃତ

ନୂଆଦିଲ୍ଲୀ: ମୃତ୍ୟୁ ଏମିତି ବି ଆସିପାରେ । ତାଇୱାନର ୟାନଚେଙ୍ଗ ଜିଲ୍ଲାରେ ବଡ଼ ଧରଣର ଅଘଟଣ । ୧୩ ମହଲା ବିଶିଷ୍ଟ ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଏଯାଏ ୪୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ନିଆଁକୁ ଏବେ ସାମାନ୍ୟ ଆୟତ୍ତ କରାଯାଇଥିବା ବେଳେ ଉଦ୍ଧାର କାର୍ୟ୍ୟ ଜାରି ରହିଛି। ନିଆଁ ଏହି ଆବାସିକ ବିଲଡିଂଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ସମୟ ରାତି ପ୍ରାୟ ୨.୫୪ ମିନିଟରେ ବିଲଡିଂରେ ନିଆଁ ଲାଗିଥିବା ସମ୍ପର୍କରେ ଖବର ମିଳିଥିଲା। ଲୋକମାନେ ଶୋଇଥିବା ବେଳେ ହିଁ ବିଲଡିଂରେ ନିଆଁ ଲାଗିଥିଲା। ଖବର ପାଇଁ ୧୦୦ରୁ ଅଧିକ ଅଗ୍ନିଶମ ବାହିନୀର ଗାଡ଼ି ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।

Share

Leave a Reply

Your email address will not be published. Required fields are marked *

5 × 3 =