୨୦୧୯ ପାଇଁ ୪୪ ପ୍ରାର୍ଥୀ ଚୂଡାନ୍ତ କଲା କଂଗ୍ରେସ

ପୂର୍ବ ଘୋଷଣା ଅନୁଯାୟୀ, ଆଜି ୨୦୧୯ ନିର୍ବାଚନ ପାଇଁ ୪୪ ଜଣ ପ୍ରାର୍ଥୀ ଚୂଡାନ୍ତ କରିଛି କଂଗ୍ରେସ । ପିଇସି ବୈଠକରେ ଏହି ନିଷ୍ପତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଚୂଡାନ୍ତ ହୋଇଥିବା ୪୪ ଜଣ ପ୍ରାର୍ଥୀଙ୍କ ତାଲିକା ସ୍କ୍ରିନିଂ କମିଟିକୁ ପଠାଯିବ । ସେଠାରେ ଏହି ପ୍ରାର୍ଥୀଙ୍କ ବାବଦରେ ଆଲୋଚନା କରାଯାଇ ଟିକେଟ ପ୍ରଦାନ କରାଯିବ । ପିଇସି ବୈଠକରେ ବିଭିନ୍ନ ଜିଲ୍ଲା ତଥା ବ୍ଲକ ସଭାପତି ଓ କର୍ମକର୍ତ୍ତାଙ୍କ ରିପୋର୍ଟ ଆଧାରରେ ୪୪ ପ୍ରାର୍ଥୀଙ୍କ ତାଲିକା ଚୂଡାନ୍ତ କରାଯାଇଛି । ଖାସକରି ଯେଉଁମାନଙ୍କର ଜିତିବା ସମ୍ଭାବନା ଅଧିକ ରହିଛି ସେମାନଙ୍କୁ ଦଳ ଗୁରୁତ୍ୱ ଦେଇଛି । ଏହାଛଡା ଯୁବକ ଓ ନୂଆ ମୁହଁକୁ ପ୍ରଥମେ ଅଗ୍ରାଧିକାର ଦିଆଯାଇଛି ବୋଲି ନିରଞ୍ଜନ କହିଛନ୍ତି । ସୂଚନା ଅନୁଯାୟୀ, ପୂରା ଓଡିଶାରୁ ଯେଉଁ ୪୪ଟି ଆସନ ପାଇଁ ପ୍ରାର୍ଥୀ ଚୂଡାନ୍ତ କରାଯାଇଛି ସେଥିରେ ଦକ୍ଷିଣ ଓଡିଶାର ୨୦ ଜଣ, ଉପକୂଳ ଓଡିଶାର ୧୩ ଜଣ ଓ ପଶ୍ଚିମ ଓଡିଶାର ୧୧ ଜଣ ରହିଛନ୍ତି । ଏହି ରିପୋର୍ଟ ସ୍କ୍ରିନିଂ କମିଟିକୁ ଦିଆଯିବ । ସେଠାରେ ଏହା ଉପରେ ଆଲୋଚନା ହେବା ପରେ ଫାଇନାଲ ଟିକେଟ ଘୋଷଣା କରାଯିବ ।

Share

Leave a Reply

Your email address will not be published. Required fields are marked *

twenty − 14 =