ବୈଜୟନ୍ତଙ୍କ ଲିଙ୍କରେ ୪୦ ବିଜେଡି ବିଧାୟକ

ଭୁବନେଶ୍ବର (): ବିଜେଡି ସହ ସମ୍ପର୍କ ଛିନ୍ନ କରିଛନ୍ତି ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା  । ହେଲେ ତାଙ୍କୁ ଭୁଲି ପାରିନାହାନ୍ତି ତାଙ୍କ ପୁରୁଣା ଦଳର ବିଧାୟକ । ରୀତିମତ ଭାବେ ବୈଜୟନ୍ତ ଓ ତାଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗରେ ଅଛନ୍ତି ସେମାନେ । ଚର୍ଚ୍ଚା ହେଉଛି ବୈଜୟନ୍ତ ବିଜେପିରେ ଯୋଗ ଦେବା ପରେ ଏମାନେ ତାଙ୍କ ସହ ସେଥିରେ ସାମିଲ ହେବେ  ।

ମିଳିଥିବା ସୂଚନା ଅନୁସାରେ ଏନେଇ ପୁରୀରେ ରୀତିମତ ଭାବେ ବୈଠକ ହେଉଛି । ବିଜେଡିର ଜଣେ ବରିଷ୍ଠ ନେତାଙ୍କର ରହିଥିବା ଫାର୍ମ ହାଉସରେ ରଣନୀତି ପ୍ରସ୍ତୁତ ହେଉଥିବା ଜଣାପଡିଛି । ବିଜେଡିର ଏହି ବିଧାୟକମାନଙ୍କ ସହ କିଛି ପଦାଧିକାରୀ ଦଳ ଛାଡି ବୈଜୟନ୍ତ ବାଟରେ ଯିବେ ବୋଲି ଏବେ ଶୁଣିବାକୁ ମିଳୁଛି । ଗତ କିଛିଦିନ ଧରି ଉକ୍ତ ଫାର୍ମ ହାଉସରେ ବୈଠକ ବସି ରଣନୀତି ହେଉଥିବା ଚର୍ଚ୍ଚା ହେଉଛି । ଯେଉଁଥିରେ ଉପକୂଳ, ପଶ୍ଚିମ ଓଡିଶାର ଅଧିକାଂଶ ନେତାଙ୍କ ସମେତ 40 ଜଣ ବିଧାୟକ ଅଛନ୍ତି ।

ବିଜେଡି ଦଳ ଛାଡିବା ପରେ କେଉଁ ଦଳକୁ ଯିବେ ତାହାକୁ ନେଇ ଏବେ ଲାଗି ରହିଛି ସସପେନ୍ସ । ଏସବୁ ଭିତରେ ବିଜେପି ନେତାଙ୍କ ଘରେ ସାଂସଦଙ୍କ ବୈଠକ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗଇଛି । ତେବେ ଜୟ ପଣ୍ଡା ଜାତୀୟ ଗଣମାଧ୍ୟମରେ ତାଙ୍କର ସାକ୍ଷାତକାର କହିଛନ୍ତି ତାଙ୍କ ପାଇଁ ସବୁ ଦଳର ବାଟ ଖୋଲାଅଛି । ଏପରି କଥା ପରେ କଟକ ସହ କେନ୍ଦ୍ରାପଡା ଜିଲା ବୁଲିଥିଲେ ସାଂସଦ । ବୈଜୟନ୍ତଙ୍କ ଜିଲା ବୁଲା ସାଙ୍ଗକୁ ଏପରି ଚର୍ଚ୍ଚା ଏବେ ରାଜ୍ୟ ରାଜନୀତି ପାଣିପାଗକୁ ଗୋଳିଆ କରିଦେଇଛି ।

Share

Leave a Reply

Your email address will not be published. Required fields are marked *

ten + 13 =