ରିଲିଫ ହେଲିକପ୍ଟର ଧ୍ୱସ୍ତ, ୩ ମୃତ

ଉତ୍ତରାଖଣ୍ଡରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ହେଲିକ୍ୟାପ୍ଟର ଦେହରାଦୁନ୍ ରୁ ବନ୍ୟା ପ୍ରପୀଡିତଙ୍କ ପାଇଁ ରିଲିଫ୍ ସାମଗ୍ରୀ ନେଇ ମୋଲଡିରୁ ଅରାକୋଟ୍ ଯାଉଥିଲା । ଏଥିରେ ପାଇଲଟ ରାଜପାଲ, ସହଯୋଗୀ ପାଇଲଟ କପତଲ ଲାଲ ଓ କିରମେଶ ସାବର ନାମକ ଜଣେ ସ୍ଥାନୀୟ ବ୍ୟକ୍ତି ଥିଲେ । ଦୁର୍ଘଟଣା ଫଳରେ ଏହି ତିନିଜଣଙ୍କର ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି ।

ସୁଚନା ଅନୁସାରେ , ହେରିଟେଜ୍ ଏବିଏସନ୍ ର ଏହି ହେଲିକ୍ୟାପ୍ଟର ରିଲିଫ୍ ଏବଂ ଉଦ୍ଧାର କାର୍ୟ୍ୟରେ ଜଡିତ ଥିବା ସମୟରେ ଅଚାନକ ବିଜୁଳୀ ତାରରେ ଫସି ଯାଇଥିଲା । ଏହି ଦୁର୍ଘଟଣାରେ ହେଲିକ୍ୟାପ୍ଟରରେ ଥିବା ୩ ଜଣଙ୍କ ଜୀବନ ଚାଲିଯାଇଛି ।

ଗତ ୧୭ତିରିଖରେ ଉତ୍ତରକାଶୀର ମୌରୀ ତହସିଲ ଅନ୍ତର୍ଗତ ତିନୋଟି ଗ୍ରାମ ଅରାକୋଟ, ମାକୁଡି ଏବଂତିକୋଚିରେ ବାଦଲଫଟା ବର୍ଷା ହୋଇଥିଲା । ବାଦଲ ଫାଟିବା ଯୋଗୁଁ ଏହି ତିନୋଟି ଗାଁର ୨୫ଟି ଘର ସମ୍ପୂର୍ଣ୍ଣ ଦବି ଯାଇଛି । ଏଥି ସହ ୨୧ଜଣଙ୍କ ପ୍ରାଣହାନୀ ହୋଇଥିବା ମଧ୍ୟ ପ୍ରାକୃତିକ ବିପର୍ୟ୍ୟୟ ପ୍ରଶମନ ବିବାଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଭାରତୀୟ ବାୟୁସେନାର ଦୁଇଟି ହେଲିକପ୍ଟର ଡେରାଡୁନରୁ ରିଲିଫ ସାମଗ୍ରୀ ବିଭିନ୍ନ ଅଂଚଳକୁ ପହଞ୍ଚାଇବା କାର୍ୟ୍ୟରେ ନିୟୋଜିତ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

11 − 1 =