ନିର୍ବାଚନ ନିର୍ଣ୍ଣୟ କରିବ କିଏ ପୋଡା, କିଏ ଓଡିଶା ଟ୍ରାନ୍ସଫର୍ମର

ଭୁବନେଶ୍ୱର () ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କଡା ଜବାବ ଦେଇଛନ୍ତି । ଅମିତ ଶାହା ଆଜି ପୁଣି ଥରେ ପୁରୀରେ ବିଜେଡିକୁ ପୋଡା ଟ୍ରାନ୍ସଫର୍ମର ଓ ଏହାକୁ ଉପାଡି ଫୋପାଡ଼ି ଦିଅ ବୋଲି ଦେଇଥିବା ଆହ୍ୱାନର ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସେ କହିଛନ୍ତି ଯେ, ଆମେ 2019 ନିର୍ବାଚନ ଫଳାଫଳକୁ ଅପେକ୍ଷା କରିବୁ । ଦେଖାଯାଉ ଓଡ଼ିଶାବାସୀ କାହାକୁ ଉପାଡି ଫୋପାଡୁଛନ୍ତି । ସେହିଭଳି ପୋଡା ଟ୍ରାନ୍ସଫର୍ମର ପ୍ରସଙ୍ଗରେ ସେ କହିଥିଲେ ଯେ, ନିର୍ବାଚନ ଫଳାଫଳ ନିର୍ଣ୍ଣୟ କରିବ କିଏ ପୋଡା ଟ୍ରାନ୍ସଫର୍ମର ଓ କିଏ ଓଡିଶାର ଟ୍ରାନ୍ସଫର୍ମର ।
ଏଥିସହିତ ବିଜେଡ଼ି ବିଜେପିର ବି ଟିମ ବୋଲି ରାହୁଲ ଗାନ୍ଧୀ କରିଥିବା ଆକ୍ଷେପ ଉପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜେଡି ଓଡ଼ିଶାର ଏ ଟିମ । ଆମେ କାହାର ବି ଟିମ ନୁହଁ । ବିଜେପିର ମିଶନ 120 କୁ ଅବାନ୍ତର ବୋଲି କହିବା ସହ ଆସନ୍ତା ନିର୍ବାଚନରେ ବିଜେଡିକୁ ଓଡ଼ିଶାବାସୀ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରିବେ ବୋଲି କହିଛନ୍ତି ।
କାଲିଠାରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେଶନରେ ବିଜେଡି ମହାନଦୀ, ପୋଲାଭରମ, କେନ୍ଦ୍ରୀୟ ଅନୁଦାନ ହ୍ରାସ ଆଦି ପ୍ରସଙ୍ଗ ଉଠାଇବ ଏବଂ ବିରୋଧୀ ଯେଉଁ ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହିଁବେ ସରକାର ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ । ଆଜି ବିଜେଡିର ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଦଳର ସବୁ ବିଧାୟକଙ୍କୁ ଅଧିବେଶନ ସମୟରେ ଉପସ୍ଥିତ ରହିବାକୁ ନିର୍ଦେଶ ଦେଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି ।
Share

Leave a Reply

Your email address will not be published. Required fields are marked *

seventeen − 9 =