ସୁରତ ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୨୦କୁ ଟପିଲା

ସୁରତ()  ସୁରତ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ । ସୁରକ୍ଷାକୁ ଦୃଷ୍ଟିରେ ରିପୋର୍ଟ ଆସିବା ପର୍ୟ୍ୟନ୍ତ ସୁରତ ଓ ଅହମଦାବାଦର ସମସ୍ତ କୋଚିଂ ସେଣ୍ଟରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଯାଇଛି। ଗତକାଲି ଅପରାହ୍ନ ପ୍ରାୟ ୫ଟା ବେଳେ ସୁରତର ସରଥାନା ଠାରେ ତକ୍ଷଶିଳା କଂପ୍ଲେସରେ ଥିବା କୋଚିଂ ସେଣ୍ଟରରେ ନିଆଁ ଲାଗିଯାଇଥିଲା।

ସିଡିରେ ମଧ୍ୟ ନିଆଁ ଥିବାକୁ ପ୍ରାଣ ବଞ୍ଚାଇବାକୁ ଅନେକ ୪ର୍ଥ ମହଲାକୁ ତଳକୁ ଡେଇଁ ପଡ଼ିଥିଲେ। ଏଥିରେ ୨୦ଜଣ ପ୍ରାଣ ହରାଇଥବା ବେଳେ ୧୮ରୁ ଅଧିକ ଗୁରୁତର ଅଛନ୍ତି। ନିଆଁ ଲିଭାଇବା ପାଇଁ ୧୯ଟି ଦମକଳ ସହ ୨ଟି ଏଲିଭେଟରକୁ ମୂତୟନ କରାଯାଇଥିଲା। ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

seven + 18 =