ବିମାନ କ୍ରାଶରେ ୨ ପାଇଲଟ ମୃତ

ସୁଲତାନପୁର() ତେଲେଙ୍ଗାନାର ଭିକାରାବାଦ ଜିଲ୍ଲାର ସୁଲତାନପୁର ଗ୍ରାମରେ ଟ୍ରେନିଂ ସମୟରେ ଏକ ବିମାନ କ୍ରାଶ ହୋଇଯାଇଛି । ଏହି ଦୁର୍ଘଟଣାରେ ବିମାନରେ ଥିବା ଦୁଇଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି । ଏହି ସମୟରେ ବିମାନରେ ଜଣେ ମହିଳା ଓ ଜଣେ ପୁରୁଷ ପାଇଲଟ ଥିଲେ । ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଛି । ଜଣେ ପାଇଲଟଙ୍କ ପରିଚୟ ମିଳିଛି । ସେ ହେଉଛନ୍ତି ପ୍ରକାଶ ବିଶାଲ । ତେବେ ମହିଳା ପାଇଲଟଙ୍କ ପରିଚୟ ମିଳିପାରି ନାହିଁ । ବିଶାଲ ଟ୍ରେନି ପାଇଲଟ ଥିବା କୁହାଯାଉଛି ।

Share

Leave a Reply

Your email address will not be published. Required fields are marked *

20 − fifteen =