ଧରାହେଲେ ୨ ଆତଙ୍କବାଦୀ

ନୂଆଦିଲ୍ଲୀ: ଲକ୍ଷ୍ନୌରେ ୟୁପି ଏଟିଏସକୁ ମିଳିଛି ବଡ଼ ସଫଳତା। ରବିବାର ୨ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି ଏଟିଏସ୍। ଗିରଫ ଦୁଇ ସନ୍ଦିଗ୍ଧ ଆତଙ୍କୀ ସଙ୍ଗଠନ ଅଲକାଏଦା ସହ ଜଡ଼ିତ ବୋଲି କୁହାଯାଉଛି। ଲକ୍ଷ୍ନୌର କାକୋରୀ ଅଞ୍ଚଳରୁ ଏହି ଦୁଇ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ପ୍ରେସର କୁକର ବୋମା, ଅସ୍ତ୍ରଶସ୍ତ୍ର, ଗୁଳାବାରୁଦ ଓ କାଗଜପତ୍ର ଜବତ କରାଯାଇଛି। କୌଣସି ଏକ ବଡ ଧରଣର ଆକ୍ରମଣ ପାଇଁ ଏ ଦୁଇ ବ୍ୟକ୍ତି ଷଢ଼ଯନ୍ତ୍ର କରୁଥିବା ସନ୍ଦେହ କରାଯାଉଛି। ଗିରଫ ଦୁଇ ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣଙ୍କ ନାମ ସାହିଦ ବୋଲି ଜଣାପଡିଛି। ସେ ମଲିହାବାଦର ବାସିନ୍ଦା।

Share

Leave a Reply

Your email address will not be published. Required fields are marked *

11 + 6 =