ପ୍ରେମିକ ପାଇଁ ନିଜ ମା’କୁ ହତ୍ୟା କଲା ଝିଅ

ଫେସବୁକ୍ ପ୍ରେମିକକୁ ପାଇବା ପାଇଁ ନିଜ ଜନ୍ମକଲା ମା’କୁ ହତ୍ୟା କଲା ଝିଅ । ଘଟଣାଟି ହେଉଛି ତାମିଲନାଡୁର । ଯେଉଁଠି ଏସ୍ ଦେବୀପ୍ରିୟା ନାମକ ଜଣେ ୧୯ ବର୍ଷର ଝିଅ ପ୍ରେମିକ ପାଇଁ ନିଜ ମା’କୁ ହତ୍ୟା କରିଛି । ଏହି ହତ୍ୟାକାଣ୍ଡରେ ପ୍ରେମିକ ମଧ୍ୟ ସାମିଲ୍ ଅଛି । ତେବେ ଘଟଣାରେ ଦେବୀପ୍ରିୟା, ତାଙ୍କ ପ୍ରେମିକଙ୍କ ସହ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ୍ ।
ମିଳିଥିବା ସୂଚନା ଅନୁସାରେ , ଦେବୀପ୍ରିୟା ସ୍ଥାନୀୟ କଲେଜରେ ବିକମ୍ ୩ୟ ବର୍ଷ ଛାତ୍ରୀ ।
ଗତ କିଛି ଦିନ ତଳେ ଫେସବୁକରେ ସୁରେଶ୍ ନାମକ ଜଣେ ଯୁବକ ସହ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଉଭୟଙ୍କ ସମ୍ପର୍କ ପ୍ରାୟ ୧ ବର୍ଷର ହେବ । ସୁରେଶ ଜଣେ ଆଇଟି ପ୍ରଫେସନାଲ୍ । କିନ୍ତୁ ଉଭୟଙ୍କ ଏହି ସମ୍ପର୍କକୁ ବିରୋଧ କରୁଥିଲେ ଦେବୀପ୍ରିୟାଙ୍କ ମା’ ଭାନୁମତୀ । ପ୍ରେମ ଛାଡି ପାଠପଢାରେ ମନ ଦେବାକୁ କହୁଥିଲେ । କିନ୍ତୁ ଦେବୀପ୍ରିୟା ମାନି ନଥିଲେ ।
ମାମଲା ଅଧିକ ବଢିବାରୁ ଦେବୀପ୍ରିୟାଙ୍କଠାରୁ ମୋବାଇଲ୍ ନେଇଯାଇଥିଲେ ଭାନୁମତୀ । ଯେଉଁଥିରେ ଉତକ୍ଷିପ୍ତ ହୋଇଯାଇଥିଲେ ଦେବୀପ୍ରିୟା । ଏବଂ ନିଜ ମାଙ୍କୁ ମାରିବା ପାଇଁ ଯୋଜନା କରିଥିଲେ । ଆଉ ଏଥିରେ ତାଙ୍କୁ ସାହାଯ୍ୟ କରିଥଲେ ତାଙ୍କ ସୁରେଶ । ଏହା ପରେ ଭାନୁମତୀ ଙ୍କୁ ମାରିବା ପାଇଁ ଦୁଇ ନାବାଳକଙ୍କ ସାହାଯ୍ୟ ନେଇଥିଲେ ।
ଉଭୟ ନାବାଳକ ଦେବୀପ୍ରିୟାଙ୍କ ଘରେ ପହଂଚି ଭାନୁମତୀଙ୍କୁ ଆକ୍ରମଣ କରିଥିଲେ । ଯେଉଁଥିରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଭାନୁମତୀଙ୍କ ଚିତ୍କାର ଶୁଣି ପଡୋଶୀ ପହଂଚି ଘଟଣାସ୍ଥଳରେ ହିଁ ଉଭୟ ନାବାଳକଙ୍କୁ ଧରି ପକାଇଥିଲେ ।

Share

Leave a Reply

Your email address will not be published. Required fields are marked *

three × 5 =