ସୁନ୍ଦରୀ ପାଇଁ ସାତକୋଶିଆରେ୧୫ ଜଣିଆ ବିଶେଷଜ୍ଞ ଦଳ

ଭୁବନେଶ୍ବର (): ବାନ୍ଧବଗଡ଼ରୁ ଅଣାଯାଇଥିବା ଉଗ୍ର ‘ସୁନ୍ଦରୀ’କୁ ଶାନ୍ତ କରାଯିବ । ଏଥିଲାଗି ଏକ ୧୫ ଜଣିଆ ବିଶେଷଜ୍ଞ ଦଳ ସାତକୋଶିଆରେ ପହଞ୍ଚିଛନ୍ତି । ସେମାନଙ୍କୁ ସ୍ଥାନୀୟ ଫରେଷ୍ଟର ଏବଂ ଡିଏଫ୍‍ଓ ଜଙ୍ଗଲ ଭିତରକୁ ନେଇଛନ୍ତି । ଗାଁ ବାଲାଙ୍କ ସହାୟତାରେ ଆବଶ୍ୟକ ଟ୍ରାଙ୍କୁଲାଇଜ୍‍ ବା ନିଶ୍ଚେତକ ଔଷଧ ଦେଇ ସୁନ୍ଦରୀକୁ କାବୁ କରାଯିବ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବରସ୍ଥିତ ଓୟୁଏଟି ନନ୍ଦନକାନନର ପ୍ରାଣୀ ବିଶେଷଜ୍ଞମାନଙ୍କ ସହ ଶିମିଳିପାଳର ଦୁଇଜଣ ପ୍ରାଣୀ ଡାକ୍ତର, ୱାଇଲ୍ଡଲାଇଫ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ଇଣ୍ଡିଆର ପ୍ରତିନିଧି, ଏବଂ ଜଣେ ବନ୍ଧୁକଧାରୀ ସୁରକ୍ଷାକର୍ମୀ ଏହି ଟିମ୍‍ରେ ରହିଛନ୍ତି । ସାତକୋଶିଆ ଜଙ୍ଗଲର ଅତିରିକ୍ତ ବନ ସଂରକ୍ଷକ ଶ୍ରୀକାନ୍ତ ବେହେରା, ଏବଂ ଦୁଇପ୍ଲାଟୁନ୍‍ ସୁରକ୍ଷାବଳ ତାଙ୍କୁ ସହାୟତା କରିବେ ।

ଉଗ୍ର ସୁନ୍ଦରୀ ଏବେ ବାଘମୁଣ୍ଡା ଓ କୁମୁରୀ ଗାଁ ଭିତର ଜଙ୍ଗଲ ମଧ୍ୟ ଥିବା ନେଇ ଜଙ୍ଗଲ ବିଭାଗ ଟ୍ରାକ୍‍ କରିଥିବା ସୂଚନା ରହିଛି । ସେଠାରେ ତାହାକୁ କାବୁ କରାଗଲା ପରେ ତାହାକୁ ରାଇଗଡ଼ରେ ନିର୍ମିତ ସ୍ବତନ୍ତ୍ର ଏନ୍‍କ୍ଲୋଜର୍‍ ଭିତରେ ରଖାଯିବ ବୋଲି ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

2 × 5 =