କାଳିଆ ସହାୟତା ବନ୍ଦର ପ୍ରତିବାଦ କଲେ ଶତାଧିକ ଚାଷୀ

ଭୁବନେଶ୍ବର () କାଳିଆ ଯୋଜନା ବନ୍ଦ ହେବାରେ ଉତକ୍ଷିପ୍ତ ବଲାଙ୍ଗୀରର ଶତାଧିକ ଚାଷୀ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ଭେଟିଛନ୍ତି । ସେମାନେ ତୁରନ୍ତ କାଳିଆ ଯୋଜନା ପୂର୍ବବତ ଜାରି ରଖିବାକୁ ଦାବି କରିଛନ୍ତି ।

ଚାଷୀ ନେତା ହାଡିବନ୍ଧୁ ମେହେର କହିଛନ୍ତି ଯେ, କାଳିଆ ଯୋଜନାରେ ଏପ୍ରିଲ 1 ତାରିଖରେ ପ୍ରଦାନ କରାଯିବା ସହୟତା ପାଇଁ ଅନୁମତି ଦେବାକୁ ସେମାନେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦାବି କରିଛନ୍ତି । କାଳିଆ ଯୋଜନା ରାଜ୍ୟରେ କୃଷି କ୍ଷେତ୍ରର ବିକାଶ ପାଇଁ ଉଦ୍ଦିଷ୍ଟ । ଏହାକୁ ରାଜନୈତିକ ଉଦ୍ଦେଶ୍ୟରେ ଦେଖିବା ଉଚିତ ନୁହେଁ । ଚାଷୀମାନେ ରବି ଋତୁ ପାଇଁ ସହାୟତାକୁ ଅନେଇ ବସିଛନ୍ତି । ଏହାକୁ ବନ୍ଦ କରାଯିବା ଅନୁଚିତ ବୋଲି ସେ କହିଛନ୍ତି ।

ଯଦି ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସହୟତା ପ୍ରଦାନ କରିବାକୁ ଅନୁମତି ଦିଆଯାଉଛି, ତେବେ କାଳିଆ ସହାୟତା ପ୍ରଦାନରେ ଅସୁବିଧା କେଉଁଠି ବୋଲି ଜଣେ କ୍ଷୁବ୍ଧ ଚାଷୀ ପ୍ରଶ୍ନ କରିଛନ୍ତି । ଏହାଦ୍ବାରା ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ସହାୟତା ପାଇବାରୁ ବଞ୍ଚିତ କରାଯାଉଛି ।

ମୁଖ୍ୟ ନିର୍ବାଚନ ଅଧିକାରୀ କହିଥିଲେ ଯେ, ଆଦର୍ଶ ଆଚରଣବିଧି ବଳବତ୍ତର ଥିବା ସମୟରେ ଚାଲୁ ରହିଥିବା କୌଣସି ପ୍ରକଳ୍ପ ବନ୍ଦ ହେବ ନାହିଁ । କିନ୍ତୁ କୌଣସି ନୂଆ ଯୋଜନା ଆରମ୍ଭ ହୋଇପାରିବନି । କାଳିଆ ଯୋଜନା ଏକ ଚାଲୁ ରହୁଥିବା ଯୋଜନା ଏବଂ ଏଥିରେ ଲକ୍ଷ ଲକ୍ଷ ଚାଷୀ ଆର୍ଥିକ ସହାୟତା ପାଇ ଉପକୃତ ହୋଇଥାନ୍ତେ ।

ଅଭିଯୋଗ ହେଉଛି ଯେ, ବିଜେପିର ଅଭିଯୋଗ ପରେ ମୁଖ୍ୟ ନିର୍ବାଚନ ଅଧିକାରୀ କାଳିଆ ଯୋଜନା ଉପରେ ରୋକ ଲଗାଇଛନ୍ତି । ଏ ସଂପର୍କରେ ଗତ 18 ତାରିଖରେ ବିଜେଡିର ଏକ ପ୍ରତିନିଧି ଦଳ ନିର୍ବାଚନ ଅଧିକାରୀଙ୍କୁ ଭେଟି ଆପତ୍ତି ଜଣାଇଥିଲେ ।

Share

Leave a Reply

Your email address will not be published. Required fields are marked *

5 × 2 =