ସିସୋଦିଆଙ୍କ ଗିରଫଦାରୀ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ସୁବ୍ରମଣ୍ୟମ ସ୍ୱାମୀ

ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ଆଇନ ମନ୍ତ୍ରୀ ସୁବ୍ରମଣ୍ୟମ ସ୍ୱାମୀ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ ସିଧାସଳଖ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି । ସ୍ୱାମୀ କହିଛନ୍ତି, କେନ୍ଦ୍ର ଗୃହ ମନ୍ତ୍ରାଳୟ ବିନା ହୋମୱାର୍କରେ ହିଁ ମନୀଷ ସିସୋଦିଆଙ୍କୁ ପଚରାଉଚରା ଏବଂ ମକଦ୍ଦମା ଚଳାଇବାକୁ ମଞ୍ଜୁରୀ ଦେଇଦେଇଥିଲା । ସେ ସିସୋଦିଆଙ୍କୁ ପରଚାଉଚରା କରିବା ତୁରନ୍ତ ବନ୍ଦ କରିବାକୁ କହିଛନ୍ତି ।

ମନୀଷ ସିସୋଦିଆଙ୍କୁ ଗିରଫ କରାଯିବା ପରେ ସୋସିଆଲ ମିଡିଆରେ ଅନେକ ଟ୍ୱିଟ୍ କରାଯାଇଥିଲା । ଏହା ଉପରେ ଜବାବ ରଖିବାକୁ ଯାଇ ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି, ମୋତେ ଆଶ୍ଚର୍ଯ୍ୟ ଲାଗୁଛି ଯେ କେନ୍ଦ୍ର ଗୃହମନ୍ତ୍ରାଳୟ ବିନା କୌଣସି ହୋମୱାର୍କରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପଚରା ଉଚରା କରିବା ସହ ମକଦ୍ଦମା ଚଳାଇବାକୁ ସିବିଆଇକୁ ଅନୁମତି ଦେଇଥିଲେ । ସିସୋଦିଆଙ୍କୁ ନେଇ ଅନେକ ତନାଘନା ପରେ ମଧ୍ୟ ସିବିଆଇକୁ କୌଣସି ତଥ୍ୟ ମିଳିପାରିନଥିଲା । ତେବେ ସ୍ୱାମୀ କହିଛନ୍ତି, ଅମିତ ଶାହ ନିଜ ମନ୍ତ୍ରାଳୟର କ୍ଷତି ବନ୍ଦ କରିବା ସହ ସିବିଆଇକୁ ପଚରାଉଚରା ବନ୍ଦ କରିବାକୁ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

five × five =