ଶ୍ରୀଲଙ୍କା ବନ୍ଦରରେ ପାକିସ୍ତାନୀ ଯୁଦ୍ଧଜାହାଜ

ଚୀନ୍ ନିର୍ମିତ ପାକିସ୍ତାନୀ ଯୁଦ୍ଧଜାହାଜ ‘ପିଏନ୍‌ଏସ୍ ତୈମୁର’ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ବନ୍ଦରରେ ଲଙ୍ଗର ପକାଇଥିବା ଜଣାପଡିଛି । ଅଗଷ୍ଟ ୧୫ ପର୍ଯ୍ୟନ୍ତ ଜାହାଜଟି କଲମ୍ବୋ ବନ୍ଦରରେ ରହିବ ବୋଲି କୁହାଯାଇଛି । ଚୀନ୍‌ର ହୁଡୋଙ୍ଗ୍‌-ଝୋଙ୍ଗ୍‌ହୂଆ ସିପ୍‌ୟାର୍ଡରେ ନିର୍ମିତ ହେବାପରେ ‘ତୈମୁର’ ପ୍ରଥମ ଥର ପାକିସ୍ତାନର କରାଚି ଅଭିମୁଖେ ଯାତ୍ରା କରୁଥିବାବେଳେ କଲମ୍ବୋରେ ଲଙ୍ଗର ପକାଇଥିବା ଜଣାପଡିଛି । ତେବେ ବାଂଲାଦେଶ ସରକାର ଉକ୍ତ ଜାହାଜକୁ ଚିଟ୍ଟାଗଙ୍ଗ ବନ୍ଦରରେ ଲଙ୍ଗର ପକାଇବାକୁ ଅନୁମତି ଦେଇନଥିବା ଜଣାପଡିଛି । ୧୯୭୫ ଅଗଷ୍ଟ ୧୫ରେ ପାକିସ୍ତାନର କଟ୍ଟର ଇସ୍‌ଲାମିକ ମୌଳବାଦୀମାନେ ବାଂଲାଦେଶର ଜନକ ତଥା ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପିତା ଶେଖ୍ ମୁଜିବୁର ରେହମାନଙ୍କୁ ହତ୍ୟା କରିଥିଲେ । ତେଣୁ କୌଣସି ପାକ୍ ଯୁଦ୍ଧଜାହାଜକୁ ଡେରା ପକାଇବାର ଅନୁମତି ଦେବା ହସିିନା ସରକାରଙ୍କ ପକ୍ଷରେ ଅସମ୍ଭବ ବୋଲି କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

2 × two =