ଶାଶୁଙ୍କ ପ୍ରେମରେ ଉବୁଡୁବୁ ହେଲେ ଜ୍ୱାଇଁ,ପରେ ଉଭୟଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର

ଶାଶୁଙ୍କ ପ୍ରେମରେ ଉବୁଡୁବୁ ହେଲେ ଜ୍ୱାଇଁ | ପରେ ଏହି ପ୍ରେମ ସଂପର୍କ ଏକ ଦୁଃଖଦ ଘଟଣା ସହ ସମାପ୍ତ ହୋଇଛି । ଦୁହେଁ ଘରୁ ପଳାଇବା ପରେ ଉଭୟଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି |

ରାଜସ୍ଥାନର ସୀମାନ୍ତ ବାଡମେର ଜିଲ୍ଲାରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ । ମିଳିଥିବା ସୂଚନା ମୁତାବକ ଗଛରେ ଦୁଇଟି ମୃତଦେହ ଝୁଲୁଥିବା ନେଇ ବାଡମେର ଗ୍ରାମୀଣ ପୁଲିସ ଷ୍ଟେସନକୁ ଖବର ଦିଆଯାଇଥିଲା | ସୋମବାର ବିଳମ୍ବିତ ରାତିରେ ଏହି ଅଭିଯୋଗ ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା |

ତଦନ୍ତରୁ ମୃତକଙ୍କ ନାମ ହୋତାରାମ ଭିଲ (୨୫) ଏବଂ ଦରିଆ (୩୮) ବୋଲି ଜଣାପଡିଥିଲା । ପୁଲିସ କହିଛି ଯେ ୧ ବର୍ଷ ପୂର୍ବେ ଖରଟିଆ ଅଂଚଳର ବାସିନ୍ଦା ନେମାରାମଙ୍କ ଝିଅ ଗୀତା (୨୦) ଙ୍କ ସହ ହୋତାରାମଙ୍କର ବିବାହ ହୋଇଥିଲା | ତେବେ ଦୁଇ ଦିନ ପୂର୍ବେ ହୋତାରାମ ତାଙ୍କ ପତ୍ନୀ ଗୀତାଙ୍କ ସହ ଶାଶୁଘରକୁ ଆସିଥିଲେ। ପୁଲିସ କହିଛି ଶାଶୁ ଘରୁ ସୋମବାର ଦିନ କାହାକୁ ନ ଜଣାଇ ଉଭୟ ହୋତାରାମ ଏବଂ ତାଙ୍କ ଶାଶୁ ଦରିଆ ଘରୁ ପଳାଇ ଯାଇଥିଲେ। ସେମାନେ ଗାଁଠାରୁ ୩୦ କିଲୋମିଟର ଦୂରରେ ଥିବା ବାଡ଼ମେର-ମୁନାବାବ ରାସ୍ତାରେ ଥିବା ଏକ ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି।

ଗ୍ରାମୀଣ ପୁଲିସ ଅଧିକାରୀ ପର୍ବତ ସିଂ କହିଛନ୍ତି ଯେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଛି | ପ୍ରାଥମିକ ତଦନ୍ତରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାର ଜଣାପଡିଛି | ତେବେ ସେମାନେ ଆତ୍ମହତ୍ୟା କରିବା ଭଳି ଚରମ ନିଷ୍ପତ୍ତି କାହିଁକି ନେଲେ ସେ ନେଇ ଜଣାପଡିନାହିଁ ।

Share

Leave a Reply

Your email address will not be published. Required fields are marked *

18 − 1 =