ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ସଞ୍ଜୟ ରାଉତ ଓ ସଞ୍ଜୟ ପାୱାର

ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କଲେ ସଞ୍ଜୟ ରାଉତ ଓ ସଞ୍ଜୟ ପାୱାର । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନସିପି ସୁପ୍ରିମୋ ଶରଦ ପାୱାର ଓ ରାଜସ୍ୱ ମନ୍ତ୍ରୀ ବାଲାସାହେବ ଥୋରାଟଙ୍କ ଉପସ୍ଥିତିରେ ଉଭୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେବେ ପୂର୍ବତନ ସାଂସଦ ସମ୍ବାଜୀରାଜେ ଛତ୍ରପତି ଏଥର ରାଜ୍ୟସଭା ନିର୍ବାଚନ ଲଢ଼ିବେ କି ନାହିଁ, ସେ ସମ୍ପର୍କରେ ଆଜି ହିଁ ଘୋଷଣା କରିବେ।

ସପ୍ତାହକ ତଳେ ଛତ୍ରପତି ସ୍ୱାଧୀନ ଭାବେ ରାଜ୍ୟସଭା ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଥିଲେ। ଏଥିପାଇଁ ସେ ବ୍ୟକ୍ତିଗତ ଭାବେ ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ଶରଦ ପାୱାରଙ୍କୁ ଫୋନ କରି ସମର୍ଥନ ଦେବାକୁ ଅନୁରୋଧ କରିଥିଲେ। ତେବେ ଏମାନେ ଛତ୍ରପତିଙ୍କୁ ସମର୍ଥନ କରିବେ କି ନାହିଁ, ସେକଥା ଜଣାପଡ଼ିନି।

Share

Leave a Reply

Your email address will not be published. Required fields are marked *

eleven − eleven =