ମାଲ୍ୟାଙ୍କ ବୟାନ ନେଇ ଦେଶରେ ଝଡ଼

ବିଜୟମାଲ୍ୟାଙ୍କ ବୟାନକୁ ନେଇ ଦେଶରେ ଝଡ ସୃଷ୍ଟି ହେବା ପରେ ସଫେଇ ରଖିଛି ସିବିଆଇ । ୨୦୧୫ ମସିହାରେ ବିଜୟ ମାଲ୍ୟା ବିରୋଧରେ ଲୁକ୍ଆଉଟ୍ ସର୍କୁଲାରରେ କରାଯାଇଥିବା ପରିବର୍ତନକୁ ଏକ ନ୍ୟାୟିକ ତ୍ରୁଟି ବୋଲି କହିଛି ସିବିଆଇ । ସିବିଆଇ ପକ୍ଷରୁ କୁହାଯାଇଛି ଗିରଫ ନୋଟିସକୁ ପରିବର୍ତ୍ତନ କରାଯାଇ କେବଳ ସୂଚନା ଦେବାକୁ କୁହାଯାଇଥିଲା କାରଣ ସେତେବେଳେ ବିଜୟ ମାଲ୍ୟା ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁଥିଲେ । ଏହା ସହିତ ସେ ସେହି ସମୟରେ ଜଣେ ସାଂସଦ ଥିଲେ ଏବଂ ତାଙ୍କୁ ଗିରଫ କରିବା ପାଇଁ କୌଣସି ୱରେଂଟ ନଥିଲା ।ଏହାର ସୁଯୋଗ ନେଇ ବିଜୟ ମାଲ୍ୟା ଦେଶ ବାହାରକୁ ଚାଲିଯାଇଥିଲେ ବୋଲି ଅଭିଯୋଗ ହୋଇଛି । କିଏ, କାହିଁକି ଓ କାହା ଚାପରେ ଏହି ନୋଟିସକୁ ପରିବର୍ତ୍ତନ କରିଥିଲେ ବୋଲି ପ୍ରଶ୍ନ କରିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଏହାକୁ ନେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଓ ପ୍ରଧାନମନ୍ତ୍ରୀଙ୍କଠାରୁ ଜବାବ ମାଗିଥିଲେ ରାହୁଲ । ସମାନ ପ୍ରସଙ୍ଗରେ ପ୍ରଶ୍ନ ଉଠାଇଥିଲେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ । କିଏ ନୋଟସକୁ ପରିବର୍ତ୍ତନ କରିଥିଲେ ସେ ନେଇ ତଦନ୍ତ କରାଯିବା ଆବଶ୍ୟକ ବୋଲି କହିଥିଲେ ସ୍ୱାମୀ ।

Share

Leave a Reply

Your email address will not be published. Required fields are marked *

10 + 1 =