ଭାରତରେ ବ୍ୟାନ୍ ହେବ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍

ଆସନ୍ତା ଜୁଲାଇ ୧ରୁ ଭାରତରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍( ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ) ଉପରେ ନିଷିଦ୍ଧ ଲାଗୁ ହେବ । ଏ ଧରଣର ପ୍ଲାଷ୍ଟିକ ଯୋଗୁଁ ହେଉଥିବା ପରିବେଶ ପ୍ରଦୂଷଣକୁ ରୋକିବା ଓ ନିଜର ଅନ୍ତର୍ଜାତୀୟ ପରିବେଶ ସୁରକ୍ଷା ଲକ୍ଷ୍ୟ ହାସଲ ପାଇଁ ଭାରତ ଏହି ପଦକ୍ଷେପ ନେବାକୁ ଯାଉଛି ।
ଏକ ନିର୍ଦ୍ଦିଷ୍ଟ ମାନଦଣ୍ଡ ବିଶିଷ୍ଟ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ଉତ୍ପାଦନ, ଆମଦାନୀ, ବିକ୍ରି ଓ ବ୍ୟବହାର ଉପରେ ନିଷେଧାଜ୍ଞା ଲାଗିବ ।

ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧକରିଛି ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦନକାରୀ ଶିଳ୍ପ ସଂଘ ଆଇଏଟିଏ । ସରକାର ଗୋଟିଏ ଥରରେ ସବୁପ୍ରକାରର ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଉପରେ ନିଷେଧାଜ୍ଞା ଲଗାଇବା ବଦଳରେ ପର୍ଯ୍ୟାୟକ୍ରମେ କଟକଣା ଲଗାନ୍ତୁ ବୋଲି ସଂଘ ଦାବି କରିଛି ।

ସୂଚନାଯୋଗ୍ୟ ଯେ, ସମଗ୍ର ବିଶ୍ବରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଏକ ବଡ଼ ପରିବେଶ ସମସ୍ୟା ଭାବେ ଦେଖାଦେଇଛି । ଏହା କେବଳ ସ୍ଥଳଭାଗ ନୁହେଁ, ସମୁଦ୍ରକୁ ମଧ୍ୟ ପ୍ରଦୂଷିତ କରୁଛି ।

ପୂର୍ବରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ଏ ଧରଣର ପ୍ଲାଷ୍ଟିକ ଉପରେ କଟକଣା ଲଗାଇବାକୁ ଉଦ୍ୟମ କରିଥିଲେ ବି ତାହା ବିଶେଷ ଫଳପ୍ରସୂ ହୋଇପାରି ନାହିଁ । ଏଥର ସରକାରଙ୍କ ଉଦ୍ୟମ କେତେ ପ୍ରଭାବୀ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଆମେ ନିତିଦିନିଆ ଜୀବନରେ ବ୍ୟବହାର କରୁଥିବା ସିଙ୍ଗଲ ୟୁଜ ପ୍ଲାଷ୍ଟିକ ସାମଗ୍ରୀ ମଧ୍ୟରେ ରହିଛି ପ୍ଲାଷ୍ଟିକ ପ୍ଲେଟ୍, ପଲିଥିନ, ପ୍ଲାଷ୍ଟିକ ପାଣି ବୋତଲ, ପ୍ଲାଷ୍ଟିକ୍ ଟ୍ରେ, ପ୍ଲାଷ୍ଟିକ ପତାକା, ସାଜସଜ୍ଜାରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ସାମଗ୍ରୀ ଇତ୍ୟାଦି । ତେବେ ସେସବୁ ଏବେ ଧୀରେ ଧୀରେ ପରିବେଶ ପାଇଁ ବିପଦ ଆଣୁଛି।

Share

Leave a Reply

Your email address will not be published. Required fields are marked *

15 − 14 =