ବ୍ରିଟେନ ରାଣୀ ଏଲିଜାବେଥଙ୍କ ୯୬ ବର୍ଷ ବୟସରେ ପରଲୋକ

ବ୍ରିଟେନ ରାଣୀ ଏଲିଜାବେଥ ଦ୍ବିତୀୟଙ୍କ ଗୁରୁବାର ୯୬ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସ୍କଟଲ୍ୟାଣ୍ଡର ବାଲମୋରାଲ କାଷ୍ଟଲରେ ଚିକିତ୍ସାଧୀନ ଅବସ୍ଥାରେ ରାଣୀ ଏଲିଜାବେଥ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏହି ସମୟରେ ରାଣୀଙ୍କ ବଡ ପୁଅ ପ୍ରିନ୍ସ ଚାର୍ଲ୍ସଙ୍କ ସମେତ ରାଜ ପରିବାରର ଅନେକ ସଦସ୍ୟ ଉପସ୍ଥିତ ଥିଲେ । ଦୁଇ ଦିନ ତଳେ ଯେତେବେଳେ ଲିଜ୍ ଟ୍ରସ୍ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ, ରାଣୀ ଏଲିଜାବେଥଙ୍କ ଫଟୋ ସର୍ବସାଧାରଣ ସାମ୍ନାକୁ ଆସିଥିଲା ।

ବ୍ରିଟେନ ରାଜ ପରିବାର ପକ୍ଷରୁ ରାଣୀ ଏଲିଜାବେଥଙ୍କ ପରଲୋକ ନେଇ ସ୍ପଷ୍ଟ କରାଯାଇଛି । ରାଣୀ ଆଜି ଅପରାହ୍ନରେ ବାଲମୋରାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଏକ ଟ୍ୱିଟରେ ରାଜ ପରିବାର ପକ୍ଷରୁ କୁହାଯାଇଛି।
ଏହା ପୂର୍ବରୁ ରାଣୀ ଏଲିଜାବେଥଙ୍କ ସ୍ୱାସ୍ଥ୍ୟ ଅବନତି ହେବାର ଖବର ମଧ୍ୟରେ ଆଜି ବ୍ରିଟିଶ ରୟାଲ ପରିବାରର ସଦସ୍ୟମାନେ ବାଲମୋରାଲ କାଷ୍ଟଲରେ ପହଞ୍ଚିଥିଲେ। ରାଣୀ ଏଲିଜାବେଥ୍ ଦ୍ୱିତୀୟ କିଛି ଦିନ ଧରି ବାଲମୋରାଲ କାଷ୍ଟଲରେ ରହୁଥିଲେ। ଏଲିଜାବେଥ୍ ଦ୍ୱିତୀୟ ସବୁଠୁ ଅଧିକ ଦିନ ଧରି ବ୍ରିଟେନ ରାଣୀ ରହିଥିଲେ ।

ଏଲିଜାବେଥ ୨୧ ଏପ୍ରିଲ ୧୯୨୬ରେ ଲଣ୍ଡନର ୧୭ ବ୍ରୁଟନ୍ ସେଣ୍ଟରେ ଜନ୍ମଗ୍ରହଣ କରିଥିଲେ। ସେ ନୌସେନା ଅଧିକାରୀ ଫିଲିପ ମାଉଣ୍ଟବ୍ୟାଟେନଙ୍କୁ ବିବାହ କରିଥିଲେ। ତାଙ୍କ ଚାରି ସନ୍ତାନ – ପ୍ରିନ୍ସ ଚାର୍ଲ୍ସ, ପ୍ରିନ୍ସେସ ଆନ୍ନି, ପ୍ରିନ୍ସ ଆଣ୍ଡ୍ରୁ ଏବଂ ପ୍ରିନ୍ସ ଏଡୱାର୍ଡ ଅଛନ୍ତି | ରାଣୀଙ୍କ ସ୍ୱାମୀ ଫିଲିପଙ୍କ ୨୦୨୧ ଏପ୍ରିଲରେ ୯୯ ବର୍ଷ ବୟସରେ ପରଲୋକ ହୋଇଯାଇଥିଲା । ୧୯୫୨ରେ ପିତାଙ୍କ ମୃତ୍ୟୁ ପରେ ଏଲିଜାବେଥ ସିଂହାସନ ଅଳଙ୍କୃତ କରିଥିଲେ।

Share

Leave a Reply

Your email address will not be published. Required fields are marked *

two × one =