ବୋମା ମାଡରେ ରୁଷର ସୀମା ଉଡାଇଲା ୟୁକ୍ରେନ

ରୁଷ ଏବଂ ୟୁକ୍ରେନ ମଧ୍ୟରେ ମହାଯୁଦ୍ଧ ଆରମ୍ଭ ହୋଇଗଲା । କିନ୍ତୁ ରୁଷ ଦାବି କରିଛି ଯେ, ୟୁକ୍ରେନ ବୋମାମାଡ କରି ତାର ସୀମା ପୋଷ୍ଟକୁ ଉଡାଇ ଦେଇଛି। ଏହା ପୂର୍ବରୁ ୟୁକ୍ରେନ ମଧ୍ୟ ଅନେକ ଥର ଦାବି କରି ସାରିଛି , ରୁଷ ସମର୍ଥିତ ବିଚ୍ଛିନ୍ନତାବାଦୀ ଆମ ଦେଶର ଜନତାଙ୍କ ଉପରେ ଆକ୍ରମଣ କରି ସାରିଛି। ତେବେ ୟୁକ୍ରେନ ଆମ ସୀମା ପୋଷ୍ଟ ଉପରେ ପ୍ରଥମ ଥର ଆକ୍ରମଣ କରିଥିବା କହିଛି ରୁଷ।
ପାଶ୍ଚାତ୍ୟ ଦେଶଗୁଡିକ ଏହି ଆଶଙ୍କାରେ ଅଛନ୍ତି ରୁଷ କୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ। କାରଣ ରୁଷ ୟୁକ୍ରେନ ସୀମାରେ ପ୍ରାୟ ଦେଢ ଲକ୍ଷ ସୈନିକ ସହ ଟ୍ୟାଙ୍କର, ମାରଣାସ୍ତ୍ର ସବୁ ମୁତୟନ କରି ସାରିଛି। ପାଶ୍ଚାତ୍ୟ ଦେଶମାନଙ୍କ କହିବା କଥା ଯଦି ରୁଷ ଆକ୍ରମଣ କରେ ତେବେ ମସ୍କୋ ବିରୋଧରେ ବ୍ୟାପକ କଟକଣା ଲଗାଯିବ। କିନ୍ତୁ ରୁଷ କୌଣସି ପ୍ରକାରର ଆକ୍ରମଣ ଖବରକୁ ଖଣ୍ଡନ କରି ଆସିଛି।
ଅନ୍ୟପଟେ ରୁଷି ସମାଚାର ଏଜେନ୍ସି ଅନୁଯାୟୀ, ଫେବୃଆରୀ ୨୧ ସକାଳ ୯ଟା ୫୦ରେ ୟୁକ୍ରେନ ଦ୍ଵାରା ନିକ୍ଷେପ ଏକ ମିସାଇଲରେ ରୁଷ-ୟୁକ୍ରେନ ସୀମାଠୁ ପ୍ରାୟ ୧୫୦ ମିଟର ଦୂରରେ ଏଫଏସବି ସୀମା ସୁରକ୍ଷା ସେବା ଦ୍ଵାରା ବ୍ୟବହୃତ ସୀମା ପୋଷ୍ଟ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। ତେବେ ରୁଷ ଏହାର ପାଲଟା ଜବାବ ଦେଇଛି ନା ନାହିଁ ତାହା ଜଣା ପଡିନାହିଁ।
ୟୁକ୍ରେନ ୟୁରୋପୀୟ ସଂଘ ଦ୍ଵାରା ରୁଷ ବିରୋଧରେ କଟକଣା ଦାବି କରିଛି। ଯଦ୍ଵାରା ଏହା ଦର୍ଶାଇ ପାରିବ ଯେ, ସେ ଯୁଦ୍ଧ ରୋକିବାକୁ ଗୁରୁତର ଭାବେ ଚିନ୍ତା କରୁଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କହିଛନ୍ତି ରୁଷ ୧୯୪୫ ପରେ ୟୁରୋପରେ ସବୁଠୁ ବଡ ଯୁଦ୍ଧ ଯୋଜନା ପ୍ରସ୍ତୁତ କରୁଛି।
ୟୁକ୍ରେନ-ରୁଷ ସଙ୍କଟ ମଧ୍ୟରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହିତ ଟେଲିଫୋନରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ଦୁଇ ଦେଶ ମଧ୍ୟରେ ଯୁଦ୍ଧକୁ ରୋକିବା ପାଇଁ ଶେଷ ପ୍ରୟାସ ହିସାବରେ ଦେଖାଯାଉଛି। ସଦ୍ୟତମ ସୂଚନା ଅନୁଯାୟୀ, ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି ଏବଂ ଖୁବ୍ ଶୀଘ୍ର ପୁଟିନ୍ ଏବଂ ଆମେରିକା ରାଷ୍ଟ୍ରପତି ବାଇଡେନ ସାକ୍ଷାତ କରି ପାରନ୍ତି।
ରବିବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ୟୁକ୍ରେନ ସହ ଉତ୍ତେଜନା ହ୍ରାସ ପାଇଁ ରୁଷି ରାଷ୍ଟ୍ରପତି ପୁଟିନ୍ଙ୍କ ସହ ଫୋନରେ ଆଲୋଚନା କରିଛନ୍ତି। ଦୁଇ ଦେଶର ନେତାଙ୍କ ମଧ୍ୟରେ ପ୍ରାୟ ୧୦୫ ମିନିଟ୍ ଲମ୍ବା ଆଲୋଚନା ହୋଇଛି। ଏହି ଆଲୋଚନାରେ ବର୍ତ୍ତମାନର ସଙ୍କଟର ସମାଧାନ ଉପରେ ସହମତି ପ୍ରକାଶ ପାଇଛି। ୟୁକ୍ରେନରେ ସବୁଠୁ ବଡ ସଂଘର୍ଷରୁ ବଞ୍ଚିବା ପାଇଁ ସମ୍ଭବତଃ ଏହା ଶେଷ ପ୍ରୟାସ ବୋଲି ମାକ୍ରୋନଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି। ମାକ୍ରୋନଙ୍କ ରୁଷ ଯାତ୍ରା କରିବାର ଦୁଇ ସପ୍ତାହ ପରେ ଏହି ଆଲୋଚନା ହୋଇଛି।

Share

Leave a Reply

Your email address will not be published. Required fields are marked *

two × two =