ପ୍ରସିଦ୍ଧ ଗାୟକ ଜସଦେବ ୟମଲାଙ୍କ ପରଲୋକ

ପଞ୍ଜାବର ଲୋକ ସଂଗୀତର ପ୍ରସିଦ୍ଧ ଗାୟକ ଓ ଉସ୍ତାଦ ଲାଲ ଚନ୍ଦ ୟମଲା ଜଟ୍ଟଙ୍କ ପୁଅ ଜସଦେବ ୟମଲା ଗତ କାଲି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ।, ପଞ୍ଜାବ ବସ୍ତ୍ରର ମଧ୍ୟ ସେ ବିଶ୍ୱସ୍ତରରେ ପ୍ରଚାର ପ୍ରସାର କରାଇବାର ଶ୍ରେୟ ମଧ୍ୟ ଜସଦେବଙ୍କୁ ହିଁ ଯାଉଛି । ତାଙ୍କ ମୃତ୍ୟୁରେ ପଞ୍ଜାବ ସିନେମା ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି । ପିତା ଲାଲ ଚନ୍ଦ ୟମଲା ଜଟ୍ଟଙ୍କ ପଦାନୁସରଣ କରି ଜସଦେବ ୟମଲା ମଧ୍ୟ ତାଙ୍କ ଭଳି ତୁମ୍ବି ବଜାନ୍ତି । ପଞ୍ଜାବ ସିନେମା ଜଗତ ସହିତ ଜଡିତ ପ୍ଲାଜମା ରେକର୍ଡ ଏମଡି ଦୀପକ ବାଲୀ ଜସଦେବା ୟମଲାଙ୍କ ନିଧନରେ ଦୁଃଖ ପ୍ରକଟ କରି କହିଛନ୍ତି କି, ଜସଦେବଙ୍କ ବିୟୋଗରେ ପଞ୍ଜାବ ସିନେମା ଜଗତ ପାଇଁ ବଡ କ୍ଷତି ଅଟେ ।

Share

Leave a Reply

Your email address will not be published. Required fields are marked *

19 + nineteen =