ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ

ପ୍ରଧାନମନ୍ତ୍ରୀଙ୍କ ମହତ୍ୱାକାଂକ୍ଷୀ ଯୋଜନା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ହୋଇଯାଇଛି ଶୁଭାରମ୍ଭ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରଖଣ୍ଡର ରାଜଧାନୀ ରାଂଚି ଠାରୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଦ୍ୱାରା ଦେଶର ମୋଟ୍ ୧୦.୭୪ କୋଟି ପରିବାରକୁ ଲାଭ ମିଳିବ ।
ପ୍ରତିବର୍ଷ ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଲେଖାଁଏ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଗାଇ ଦିଆଯିବ । କର୍କଟରୋଗଠାରୁ ଆରମ୍ଭ କରି ହୃଦରୋଗ, ମସ୍ତିଷ୍କ, ମେରୁଦଣ୍ଡର ଅସ୍ତ୍ରୋପଚାର ଭଳି ଚିକିତ୍ସା ଏହି ଯୋଜନାରେ ହିତାଧିକାରୀଙ୍କୁ ମିଳିବ । ସେହିଭଳି ଏମଏରଆଇ ଓ ସିଟି ସ୍କାନ ଭଳି ପରୀକ୍ଷା ମଧ୍ୟ କରାଯାଇପାରିବ । ଏହି ଚିକିତ୍ସା ପାଇଁ ରୋଗୀଙ୍କୁ କୌଣସି ନଗଦ ଅର୍ଥ ଦେବାକୁ ପଡିବ ନାହିଁ । ଏହି ଯୋଜନାର ଲାଭ ପାଇବାକୁ ହେଲେ ଆଧାରକାର୍ଡ ବାଧ୍ୟତାମୂଳକ ନୁହେଁ ।
ଆୟୁଷ୍କାନ ଯୋଜନା ପାଇଁ ୮ ହଜାର ୭୩୫ଟି ସରକାରୀ ଓ ଘରେଇ ଡାକ୍ତରଖାନାକୁ ଚୟନ କରାଯାଇଛି । ଏହିସବୁ ଡାକ୍ତରଖାନାରେ ଜଣେ ଲେଖାଁଏ ଆୟୁଷ୍କାନ ମିତ୍ର ରହିବେ । ଏହି ଯୋଜନା ବାବଦ ଖର୍ଚରୁ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ବହନ କରିବେ । ଓଡିଶା, ତେଲେଙ୍ଗାନା, ଦିଲ୍ଲୀ, କର୍ଣ୍ଣାଟକ, କେରଳ ଓ ପଞ୍ଜାବ ଭଳି ରାଜ୍ୟ ଏହି ଯୋଜନାରେ ସାମିଲ ହେବାକୁ ମନା କରିଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty − 16 =