ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଫେଲ ମାରିଛି: ରାହୁଲ

ନୂଆଦିଲ୍ଲୀ() ଦେଶରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଲକଡାଉନ ହୋଇଛି । ଏହି ତାଲାବନ୍ଦ ଓ କରୋନାକୁ ନେଇ ଆଜି କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧି ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଭାରତରେ ଲକଡାଉନ ପ୍ରଭାବହୀନ ବୋଲି ରାହୁଲ କହିଛନ୍ତି । ଏହାସହ ୪ଟି ଯାକ ଲକଡାଉନ ବିଫଳ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଫେଲ ମାରିଛି ବୋଲି ରାହୁଲ କହିଛନ୍ତି । କେନ୍ଦ୍ରରୁ ରାଜ୍ୟଗୁଡ଼ିକୁ ସହାୟତା ମିଳୁନାହିଁ । କରୋନାକୁ ନେଇ କେନ୍ଦ୍ରର ପ୍ଲାନ କଣ ରହିଛି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ।

Share

Leave a Reply

Your email address will not be published. Required fields are marked *

nine + sixteen =