ପଦ୍ମପୁର ଉପନିର୍ବାଚନ: ଭୋଟ୍‌ଦାନ ଅବଧି କମିଲା ୧ ଘଣ୍ଟା

ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନ ପାଇଁ ଭୋଟ୍‌ଦାନ ଅବଧି ୧ ଘଣ୍ଟା କମିଛି। ଭୋଟ୍ ଗ୍ରହଣ ସକାଳ ୭ରୁ ଅପରାହ୍ନ ୫ ଯାଏ ହେବା କଥା । ମାତ୍ର ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଭୋଟ୍‌ଗ୍ରହଣ କରାଯିବ । ନକ୍କଲ ଦୌରାତ୍ମ୍ୟ ଓ ଶୀତଦିନ କାରଣରୁ ଏଭଳି ଜରୁରୀ ନିଷ୍ପତ୍ତି ନିଆଯାଇଛି ବୋଲି ସିଇଓ ସୁଶୀଲ କୁମାର ଲୋହାନୀ ସର୍ବଦଳୀୟ ବୈଠକ ଶେଷରେ ଘୋଷଣା କରିଛନ୍ତି ।  ସୋମବାର ସିଇଓ ଶ୍ରୀ ଲୋହାନୀ କହିଛନ୍ତି ଯେ, ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧ ଜାନୁଅ।।ରୀ ୨୦୨୨ ସୁଦ୍ଧା ୨,୫୭,୪୭୪ ଭୋଟ୍‌ର  ଅଛନ୍ତି । ସେମାନଙ୍କ ମଧ୍ୟରୁ ୧,୨୯,୪୯୭ ଭୋଟର୍ ପୁରୁଷ ଓ ୧,୨୭,୯୬୫ ମହିଳା ଭୋଟର ଥିବାବେଳେ ୧୨ ଜଣ ତୃତୀୟଲିଙ୍ଗ ଓ ୨୨୩୩ ଦିବ୍ୟାଙ୍ଗ ଭୋଟର୍ ଅଛନ୍ତି ।

ସେହିପରି ୮୦ ବର୍ଷରୁ ଊର୍ଦ୍ଧ୍ୱ ୪୩୯୩ ଭୋଟର୍ ଓ ୧୯୯ ଜଣ ସର୍ଭିସ ଭୋଟର୍ ରହିଛନ୍ତି । ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ୨୭୯ଟି ବୁଥ୍‌ରେ ଭୋଟ୍‌ଗ୍ରହଣ କରାଯିବ । ବୁଥ୍‌ରେ ସର୍ବାଧିକ ୧୫୦୦ ଜଣ ମତଦାତା ମତଦାନ କରିପାରିବେ । ଏଥର ପଦ୍ମପୁର ଉପନିର୍ବାଚନ ନିମନ୍ତେ ସାଧାରଣ ନିର୍ବାଚନ-୨୦୧୯ ଭଳି ନିୟମ ଲାଗୁ ହୋଇଛି । ସକାଳ ୭ରୁ ଅପରାହ୍ନ ୫ ପରିବର୍ତ୍ତେ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ସମୟ ଧାର୍ଯ୍ୟ ହୋଇଛି । ଶ୍ରୀ ଲୋହାନୀ କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ଆସନ୍ତା ୧୭ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିବସ, ୧୮ରେ ନାମାଙ୍କନ ପତ୍ର ଯାଞ୍ଚ, ୨୧ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ, ଡିସେମ୍ବର ୫ରେ ଭୋଟ୍‌ଗ୍ରହଣ ଓ ୮ରେ ଭୋଟ୍‌ଗଣତି କାର୍ଯ୍ୟ କରାଯିବ । ଏଥିପାଇଁ ସୁରକ୍ଷାକୁ ଆରମ୍ଭରୁ କଡ଼ାକଡ଼ି କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

17 + 8 =