ପକ୍ଷୀଙ୍କ ପାଇଁ ୬ମହଲା ଆପାର୍ଟମେଣ୍ଟ ରଙ୍ଗିନ ଘର

ରାଜସ୍ଥାନର ଜୟପୁରରେ ଖରାର ଉତ୍ତାପରୁ ପକ୍ଷୀମାନଙ୍କୁ ଆରାମ ଦେବା ପାଇଁ ଏକ ଅତି ଉତ୍ତମ କାର୍ଯ୍ୟ କରାଯାଇଛି। ପିଞ୍ଜରା ପୋଲ ଗୋଶଳା, ପକ୍ଷୀମାନଙ୍କ ରହିବା ପାଇଁ ଏକ ସ୍ଥାନ ତିଆରି କରିଛନ୍ତି। ପକ୍ଷୀମାନେ ଆସି ଏହି ୬ମହଲା ଆପାର୍ଟମେଣ୍ଟରେ ନିଜ ବସା ତିଆରି କରିପାରିବେ ଏବଂ ଏଠାରେ ସହଜରେ ରହିପାରିବେ।

ଜନସଂଖ୍ୟା ବୃଦ୍ଧି ହେତୁ ବଡ଼ ବଡ ସହରରେ ଆପାର୍ଟମେଣ୍ଟ ଏବଂ ଉଚ୍ଚ ବିଲ୍ଡିଂ ଭର୍ତ୍ତି ହୋଇଯାଇଛି। ଏବେ କେବଳ ମଣିଷମାନଙ୍କ ପାଇଁ ନୁହେଁ, ପକ୍ଷୀମାନଙ୍କ ପାଇଁ ମଧ୍ୟ ବିଲ୍ଡିଂ ନିର୍ମାଣ କରାଯାଉଛି। ରାଜସ୍ଥାନର ଜୟପୁର ଜିଲ୍ଲାରେ ଏପରି ଦେଖିବାକୁ ମିଳିଛି। ଏଠାରେ ପକ୍ଷୀମାନଙ୍କ ପାଇଁ ଆପାର୍ଟମେଣ୍ଟ ତିଆରି କରାଯାଇଛି। ଯେଉଁଥିରେ ସେମାନେ କେବଳ ଆସି ରହିବେ ନାହିଁ, ବରଂ ଭିତରର ସୁବିଧାଗୁଡ଼ିକର ମଧ୍ୟ ଲାଭ ଉଠାଇ ପାରିବେ।

ଖବର ଅନୁଯାୟୀ, ଏଭଳି ଅନନ୍ୟ ଆପାର୍ଟମେଣ୍ଟ ରାଜସ୍ଥାନର ଜୟପୁର ଜିଲ୍ଲାରେ ନିର୍ମାଣ କରାଯାଇଛି। ଏହି ପକ୍ଷୀର ଆପାର୍ଟମେଣ୍ଟଟି ୬ ମହଲା ବିଶିଷ୍ଟ। ଏଥିରେ ପକ୍ଷୀଙ୍କ ପାଇଁ ପ୍ରତ୍ୟେକ ସୁବିଧା କରାଯାଯାଇଛି। ଗୋଶାଳା ସଦସ୍ୟ ଆର ବିଜୟଭର୍ଗିଆ କହିଛନ୍ତି, ଆଜିର ସମୟରେ ଲୋକମାନେ ଆପାର୍ଟମେଣ୍ଟରେ ରହିବାକୁ ପସନ୍ଦ କରନ୍ତି, କିନ୍ତୁ ପକ୍ଷୀମାନଙ୍କୁ ଭୁଲିଯାଆନ୍ତି। ଏହି ଆପାର୍ଟମେଣ୍ଟରେ ପ୍ରାୟ ୨୦୦୦ ପକ୍ଷୀ ଏକାଠି ରହିପାରିବେ।

ଏହି ଆପାର୍ଟମେଣ୍ଟରେ ପକ୍ଷୀମାନେ ଆସି ନିଜ ବସା ପ୍ରସ୍ତୁତ କରିପାରିବେ। ଏହା ସହିତ ସେମାନଙ୍କ ପାଇଁ ଖାଦ୍ୟ ଏବଂ ପାନୀୟ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଆପାର୍ଟମେଣ୍ଟଟି ଏପରି ଭାବରେ ପ୍ରସ୍ତୁତ କରାଯାଇଛି ଯାହା ଦ୍ୱାରା ପକ୍ଷୀ ଯେକୌଣସି ପାର୍ଶ୍ୱରୁ ଆସି ସେଠାରେ ବସବାସ କରିପାରିବେ। ୬ ମହଲା ବିଶିଷ୍ଟ କୋଠାଟି ୮୦  ଫୁଟ ଉଚ୍ଚ ଏବଂ ଏହାର ନାମ ‘ପକ୍ଷୀ ତୀର୍ଥ’ ରଖାଯାଇଛି।

Share

Leave a Reply

Your email address will not be published. Required fields are marked *

5 × 5 =